‘ପୁଣି ତୁମକୁ ଭେଟିବି’

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ଜନ୍ମବାର୍ଷିକୀ। ଏହି ଅବସରରେ ଅଭିନେତ୍ରୀ ଶେହନାଜ ଗିଲ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି। ସେ ସିଡଙ୍କ ଜନ୍ମଦିନ ପାଳନ କରି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଥିଲେ।
ସିଦ୍ଧାର୍ଥଙ୍କ ଜନ୍ମଦିନରେ ଶେହନାଜ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥ ଏକ ହସୁଥିବା ଫଟୋ ପୋଷ୍ଟ କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ମୁଁ ତୁମକୁ ପୁଣି ଭେଟିବି। ୧୨.୧୨। ଏହା ସହିତ ସେ ଏକ ହୃଦୟର ଏକ ଇମୋଜି ଦେଇଛନ୍ତି। ଶେହନାଜ କେବଳ ସିଦ୍ଧାର୍ଥଙ୍କ ପାଇଁ ଏହି ପୋଷ୍ଟ ଶେୟାର କରିନାହାଁନ୍ତି, ବରଂ ତାଙ୍କ ନାମରେ ଏକ କେକ୍‌ ମଧ୍ୟ କାଟିଛନ୍ତି।
ଶେହନାଜ ଏବଂ ସିଦ୍ଧାର୍ଥ ‘ବିଗ ବସ ୧୩’ରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ଉଭୟଙ୍କ କେମେଷ୍ଟ୍ରି ଦର୍ଶକ ପସନ୍ଦ କରିଥିଲେ। ୨ ସେପ୍ଟେମ୍ବର ୨୦୨୧ରେ ସିଦ୍ଧାର୍ଥଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ।

Share