ଏହି ବିଗ୍‌ବସ୍‌ ପ୍ରତିଯୋଗୀଙ୍କୁ ମିଳୁଛି ‘ଏସିଡ୍‌ ଆଟାକ୍‌’ ଧମକ, କହିଲେ…

ବମ୍ବେ: ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ ଗିଲ ହେଉଛନ୍ତି ସୋସିଆଲ ମିଡିଆ କୁଇନ୍‌। ହେଲେ ସମସ୍ତଙ୍କ ଭଳି ତାଙ୍କୁ ଟ୍ରୋଲ କରାଯାଇଥାଏ। ବେଳେବେଳେ ଅନେକ ତାଙ୍କୁ ମାରିବାକୁ ମଧ୍ୟ ଧମକ ଦେଉଥିବା ଜଣାପଡ଼ିଛି।

ଏକ ସାକ୍ଷାତକାରରେ ଶେହନାଜ କହିଛନ୍ତି ତାଙ୍କୁ ସୋସିଆଲ ମିଡିଆରେ ଏସିଡ୍‌ ଆଟାକ୍‌ ଭଳି ଧମକ ମିଳୁଛି। କେବଳ ଏତିକି ନୁହେଁ ତାଙ୍କର ବିକୃତ ଭିଡିଓ ମଧ୍ୟ କରାଯାଉଛି। ହେଲେ ସେ ସେମାନଙ୍କୁୁ ଧନ୍ୟବାଦ ଦେଇଛନ୍ତି। ଏଥିଯୋଗୁ ତାଙ୍କୁ ଆହୁରୀ ଅଧିକ ଭଲପାଇବା ମିଳୁଛି। କାରଣ ସେ ଜାଣନ୍ତି କେହି କାହା ବିରୋଧରେ କିଛି କହିଲେ ଉକ୍ତ ବ୍ୟକ୍ତି ପାଇଁ ଭଲ ହୋଇଥାଏ। କାରଣ ତାଙ୍କୁ ସହାନୁଭୂତି ମିଳିଥାଏ ବୋଲି ଶେହନାଜ କହିଛନ୍ତି।

ଆଗାମି ଦିନରେ ଶେହନାଜଙ୍କ ଏକ ଗୀତ ରିଲିଜ ହୋଇଛି। ଗୀତରେ ତାଙ୍କ ସହ ପଞ୍ଜାବୀ ଏବଂ ବଲିଉଡ୍‌ ଗାୟକ ବାଦଶାହ ଅଛନ୍ତି। ଗୋଟିଏ ଦିନରେ ଗୀତକୁ ୮୨ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛି।

Share