ବଡିଗାର୍ଡଙ୍କ ଉପରେ ପ୍ରବଳ ରାଗିଲେ ଶେହନାଜ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଲୋକମାନେ ଅଧିକ ପସନ୍ଦ କରନ୍ତି। କାରଣ ସେ ବହୁତ ଖୋଲା ହୃଦୟର ମଣିଷ। ସବୁଠାରୁ ବଡ଼ କଥା ହେଉଛି ପ୍ରଶଂସକମାନଙ୍କୁ ମଧ୍ୟ ସେ ବହୁତ ଭଲ ପାଆନ୍ତି।

ସୋସିଆଲ ମିଡିଆରେ ଶେହନାଜଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ପ୍ରଶଂସକଙ୍କ ପାଇଁ ନିଜ ବଡିଗାର୍ଡଙ୍କ ଉପରେ ପ୍ରବଳ ରାଗୁଥିବାର ନଜର ଆସିଛନ୍ତି।

 

ଶେହନାଜ ଏକ ଇଭେଣ୍ଟରେ ଯୋଗ ଦେବାକୁ ଆସିଥିଲେ। ସେଠାରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବା ପାଇଁ ନିଜକୁ ଅଟକାଇ ପାରି ନ ଥିଲେ ଏବଂ ସେଲ୍‌ଫି ନେବାକୁ ଚାହିଁଥିଲେ। ପ୍ରଶଂସକଙ୍କ ଭିଡ଼ ଦେଖି ଶେହନାଜଙ୍କ ବଡିଗାର୍ଡ ପ୍ରଶଂସକଙ୍କୁ ଠେଲି ଦେଇଥିଲେ। ଏହା ଦେଖି ଶେହନାଜ ରାଗି ଯାଇ ବଡିଗାର୍ଡଙ୍କୁ ଗାଳି ଦେଇଥିଲେ।

ଭିଡିଓରେ ଶୁଣିବାକୁ ମିଳୁଛି, ଶେହନାଜଙ୍କ ବଡିଗାର୍ଡ ପ୍ରଶଂସକଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହା ଶୁଣି ଶେହନାଜ ରାଗି କି କହିଲେ, ‘କ’ଣ ହେଲା, ତୁମେ ଏମିତି କାହିଁକି କରୁଛ .. ମୁଁ ତାଙ୍କୁ ଚାହୁଁଛି। ତାଙ୍କ ସହିତ ଫଟୋ ନେବି। ଧନ୍ୟବାଦ। ଏହା ପରେ ପୁଣି ଭିଡ଼ ଦେଖି ବଡିଗାର୍ଡ ଲୋକମାନଙ୍କୁ ଠେଲି ଦେଉଛନ୍ତି। ପରେ ଶେହନାଜ ରାଗିଗଲେ, କହିଲେ ଓଃ ଗୋଟିଏ ମିନିଟ୍‌, ଅସୁବିଧା କ’ଣ? ତୁମେ ଏତେ ଭୟଭୀତ କାହିଁକି ହେଉଛ? ଶେହନାଜଙ୍କ ଏହି କଥା ପ୍ରଶଂସକଙ୍କ ହୃଦୟକୁ ଆହୁରି ଛୁଇଁଗଲା। ସେମାନେ ଶେଷରେ ତାଙ୍କ ସହ ସେଲ୍‌ଫି ନେଇଥିଲେ।

Share