ଥାଇଲାଣ୍ଡରେ ଶେହନାଜ

ମୁମ୍ବାଇ: ନିକଟରେ ‘କିସି କା ଭାଇ ଭାଇ କିସି କି ଜାନ’ ଫିଲ୍ମରେ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କୁ ଥାଇଲାଣ୍ଡରେ ଦେଖିବାକୁ ମିଳିଛି। ସେ ଏକ ଡାଇନିଂ ଟେବୁଲ ଉପରେ ପିଜା ଏବଂ ପଇଡ଼ ପାଣି ଉପଭୋଗ କରୁଥିବା ଦେଖିବାକୁ ମିଳିଛ। ସେ ଏହି ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ଶେହନାଜ ଏକ କଳା ଡ୍ରେସ୍‌ ପିନ୍ଧିଥିବା ବେଳେ କଳା ଚଷମା ବି ପିନ୍ଧିଛନ୍ତି। ପ୍ରଥମ ଫଟୋରେ ସେ କ୍ୟାମେରାକୁ ଦେଖି ହସୁଛନ୍ତି। ଡାଇନିଂ ଟେବୁଲରେ ପିଜା, ପାସ୍ତା, ସାଲାଡ୍‌ ଏବଂ ପଇଡ଼ ପାଣି ରଖାଯାଇଛି। ତାଙ୍କ ନିକଟରେ ଆଉ ଜଣେ ମହିଳା ବସିଛନ୍ତି ଏବଂ ସେ ଖାଦ୍ୟର ମଜା ନେଉଛନ୍ତି।

Share