ହସ୍ପିଟାଲରେ ଶେହନାଜ

ଅଭିନେତ୍ରୀ ଶେହନାଜ ଗିଲ ଆଜିକାଲି ତାଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଶେହନାଜଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଏହି ଫିଲ୍ମ ସହ ସେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏବେ ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଷ୍ଟାର କାଷ୍ଟଙ୍କ ସହ ଫିଲ୍ମ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ ର ପ୍ରମୋଶନରେ ଶେହନାଜ ବ୍ୟସ୍ତ ଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ଫୁଡ୍‌ ପଏଜନ୍‌ ହୋଇଥିଲା। ଏହି ସଂକ୍ରମଣ ଏତେ ବୃଦ୍ଧି ପାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଇନଷ୍ଟାଗ୍ରାମ ଲାଇଭରେ ଆସି ଶେହନାଜ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍‌ ଦେଇଛନ୍ତି।
ଭିଡିଓରେ ଶେହନାଜଙ୍କୁ ହସ୍ପିଟାଲ ବେଡ ଉପରେ ଶୋଇଥିବାର ନଜର ଆସିଥିଲେ। ଭିଡିଓରେ ଶେହନାଜ କୁହନ୍ତି, ସମସ୍ତଙ୍କର ସମୟ ଆସେ, ସମସ୍ତଙ୍କର ସମୟ ଚାଲିଯାଏ। ମୋ ସହିତ ମଧ୍ୟ ସମାନ ଘଟଣା ଘଟିଛି। ମୁଁ ବର୍ତ୍ତମାନ ଭଲ ଅଛି। ମୋର ସଂକ୍ରମଣ ହୋଇଥିଲା।
ଶେହନାଜଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ରେ ଭୁମି ପେଡନେକର, କୁଶା କପିଲା, ଶିବାନୀ ବେଦୀ, ଡଲି ସିଂ, କରଣ କୁନ୍ଦ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କରଣ ବୁଲାନି। ଶେହନାଜ ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ସହିତ ଡେବ୍ୟୁ କରିଥିଲେ।

Share