ଜନ୍‌ ଆବ୍ରାହମଙ୍କ ସହ ଡେବ୍ୟୁ କରିବେ ଶେହନାଜ, ଦୀପାବଳିରେ ହେବ ରିଲିଜ୍‌!

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପ୍ରଥମେ ତ ଶୁଣିବାକୁ ମିଳୁଥିଲା କି, ସେ ସଲମାନ ଖାନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ। ହେଲେ ବର୍ତ୍ତମାନ ଶେହନାଜ ତାଙ୍କର ଦ୍ୱିତୀୟ ବଲିଉଡ୍‌ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ୧୦୦% ଘୋଷଣା କରିବା ସହ ପ୍ରଥମ ପୋଷ୍ଟର ଶେୟାର କରି ଲେଖିଛନ୍ତି ଯେ, ଏହା ଏକ କମେଡି ଫିଲ୍ମ, ଯେଉଁରେ ଆକ୍ସନ, ରୋମାନ୍ସ, ମ୍ୟୁଜିକ ଓ ଜବରଦସ୍ତ କନଫ୍ୟୁଜନର ତଡକା ରହିବ। ଆପଣମାନେ ପ୍ରସ୍ତୁତ ଅଛନ୍ତି ତ? ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ ଖାନ। ଶେହନାଜଙ୍କ ବ୍ୟତୀତ ଏହି ଫିଲ୍ମରେ ଜନ୍‌ ଆବ୍ରାହମ, ରିତେଶ ଦେଶମୁଖ ଏବଂ ନୋରା ଫତେହି ମଧ୍ୟ ଅଭିନୟ କରିବେ ବୋଲି ଜଣାପଡିଛି। କୁହାଯାଉଛି କି, ଆସନ୍ତା ବର୍ଷ ଦୀପାବଳିରେ ଏହା ମୁକ୍ତିଲାଭ କରିବ।

Share