ପ୍ରଥମ ଦିନରେ ଏତିକି କୋଟି ରୋଜଗାର କଲା ‘ଶେହଜାଦା’

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଶେହଜାଦା’ ଫେବୃଆରୀ ୧୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ‘ଶେହଜାଦା’କୁ ଆଣ୍ଟ ମ୍ୟାନ ୩’ ସହ ପ୍ରତିଯୋଗିତା କରିବାକୁ ପଡୁଛି। କାରଣ ଏହି ଦୁଇଟି ଫିଲ୍ମ ଏକ ଦିନରେ ରିଲିଜ୍‌ ହୋଇଛି। ଏସବୁ ମଧ୍ୟରେ କାର୍ତ୍ତିକଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ଭଲ ଓପନିଙ୍ଗ୍‌ କରିଛି। ବକ୍ସ ଅଫିସରେ ପ୍ରାୟ ୭ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି। ନିର୍ଦ୍ଦେଶକ ରୋହିତ ଧାୱନଙ୍କ ଫିଲ୍ମଟି ୮୫ କୋଟି ଟଙ୍କା ବଜେଟରେ ଏହି ନିର୍ମାଣ କରାଯାଇଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ବ୍ୟତୀତ କ୍ରିତି ସାନନ ଏବଂ ପରେଶ ରାୱଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମଟି ଆଲୁ ଅର୍ଜୁନଙ୍କ ‘ଅଲା ବୈକୁଣ୍ଠପୁରମଲୁ’ର ଅଫିସିଆଲ ହିନ୍ଦୀ ରିମେକ୍‌। କାର୍ତ୍ତିକଙ୍କ ପୂର୍ବ ଫିଲ୍ମ ‘ଭୁଲ ଭୁଲେୟା ୨’ ବକ୍ସ ଅଫିସରେ ଏକ ବ୍ଲକ ବୁଷ୍ଟର ବୋଲି ପ୍ରମାଣିତ ହୋଇଥିଲା।

Share