ଫେବୃୟାରୀରେ ରିଲିଜ୍ ହେବ ‘ଶେହଜାଦା’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନଙ୍କ ମୋଷ୍ଟ ଆୱେଟେଡ ମୁଭି ‘ଶେହଜାଦା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଯାଇଛି । ଗୁରୁବାର ମୁମ୍ବାଇର ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏବେ ଅପେକ୍ଷା କେବେ ରିଲିଜ୍ ହେବ ମୁଭି । ପୁଣିଥରେ କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନଙ୍କ ଯୋଡି ସିଲଭର ସ୍କ୍ରିନରେ ଧମାଲ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ଗୁରୁବାର ସାଧାରଣ ଜନତାଙ୍କ ମଧ୍ୟରେ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର ରହିଛି । ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଧୱନ । ଶେହଜାଦା ଅଲ୍ଲୁ ଅର୍ଜୁନଙ୍କ ମୁଭି ‘ଅଲା ବୈକୁଣ୍ଠପୁରମୁଲୁ’ର ହିନ୍ଦୀ ରିମେକ ।
ଗୁରୁବାରର ଟ୍ରେଲର ଲଞ୍ଚ ଇଭେଣ୍ଟରେ କ୍ରିତି ଓ କାର୍ତ୍ତିକ ଷ୍ଟାଇଲିସ ଲୁକରେ ନଜର ଆସିଥିଲେ । ଗୋଟିଏ ପଟେ କାର୍ତ୍ତିକ ଫୁଲ ବ୍ଲାକ ଲୁକରେ ଥିବା ବେଳେ କ୍ରିତି ରେଡ ଡ୍ରେସ କ୍ୟାରି କରିଥିଲେ । ଏଥିରେ ସେ ଖୁବ୍ ସୁନ୍ଦର ଲାଗୁଥିଲେ । ଟ୍ରେଲର ଲଞ୍ଚ ସମୟରେ କାର୍ତ୍ତିକ ସ୍କୁଟିରେ ତାଙ୍କର ସ୍ୱାଗ ଦେଖାଇଥିଲେ ।
ଆକ୍ସନରେ ଭରପୁର ହୋଇଛି ଶେହଜାଦାର ଟ୍ରେଲର । ଆରମ୍ଭରୁ ଆକ୍ସନ ସହ କାର୍ତ୍ତିକଙ୍କ ଡାଏଲଗ ବି ଶୁଣିବାକୁ ମିଳିଛି । କାର୍ତ୍ତିକ କହୁଛନ୍ତି, ଫ୍ୟାମିଲି ପର ଆଏ ତୋ ଡିସକସନ ନେହିଁ କରତେ ଆକ୍ସନ କରତେ ହୈ । ଏହାପରେ କାର୍ତ୍ତିକଙ୍କ ପିତା ଭୂମିକାରେ ନଜର ଆସିଥିବା ପରେଶ ରାୱଲ କହୁଛନ୍ତି, ଇଏ ଓକିଲ ହେବ ନା ବାଉନସର । କାର୍ତ୍ତିକ କହୁଛନ୍ତି ଉଭୟ । ଏହାସହ ଫିଲ୍ମଟି ଆକ୍ସନ ବ୍ୟତୀତ କମେଡି ଓ ରୋମନ୍ସରେ ଭରପୁର ରହିଛି । କୁହାଯାଉଛି ଅଡିଅନ୍ସଙ୍କୁ ଶେହଜାଦାରୁ ଜବରଦସ୍ତ ଏଣ୍ଟରଟେନମେଣ୍ଟର ଡୋଜ ମିଳିବ ।
କୁହାଯାଉଛି କି ‘ଶେହଜାଦା’ର ମେକର୍ସ ଫିଲ୍ମର ଟ୍ରେଲରକୁ ଗ୍ରାଣ୍ଡ କରିବାକୁ ବିଶେଷ ପ୍ରସ୍ତୁତି କରିଛନ୍ତି । ଏହାର ଟ୍ରେଲର ରିଲିଜ ଅବସରରେ ୩ ଦିନର ଇଭେଣ୍ଟ ରହିଛି । ଏହାର ଆରମ୍ଭ ୧୨ ଜାନୁୟାରୀରୁ ମୁମ୍ବାଇରେ ଟ୍ରେଲର ଲଞ୍ଚ ଅବସରରେ ହୋଇଛି । ଏହାସହ ୧୩ ଜାନୁୟାରୀରେ ଫିଲ୍ମର ଷ୍ଟାର କାଷ୍ଟ କାର୍ତ୍ତିକ ଓ କୃତି ଜଳନ୍ଧରରେ ଲୋହଡି ପାଳନ ସହ ଫିଲ୍ମର ଟ୍ରେଲର ରିଲିଜ କରିବେ । ଜାନୁୟାରୀ ୧୪ ମକର ସଂକ୍ରାନ୍ତି ଅବସରରେ କଚ୍ଛରେ ଶେହଜାଦାର ଟ୍ରେଲର ରିଲିଜ୍ କରାଯିବ । ତେବେ ଫିଲ୍ମ ଶେହଜାଦା ୧୦ ଫେବୃୟାରୀରେ ରିଲିଜ୍ ହେବ ।

Share