‘ଶେହଜାଦା’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ର ଟ୍ରେଲର ରିଲିଜ୍‌ ହୋଇଛି। କାର୍ତ୍ତିକ ଏବଂ କ୍ରିତି ସାନନଙ୍କ ଯୋଡିକୁ ପୁଣିଥରେ ଦର୍ଶକ ପରଦାରେ ଦେଖିବାକୁ ପାଇବେ। ଫିଲ୍ମକୁ ରୋହିତ ଧାୱନ ନିର୍ଦ୍ଦେଶନା ଦେଇଛନ୍ତି। ‘ଶେହଜାଦା’ ହେଉଛି ଅଲ୍ଲୁ ଅର୍ଜୁନଙ୍କ ‘ଅଲା ବୈକୁଣ୍ଠପୁରମୁଲୁ’ର ହିନ୍ଦୀ ରିମେକ୍‌। ତେବେ ‘ଶେହଜାଦା’ର ଟ୍ରେଲରଟି ଫୁଲ୍‌ ଆକ୍ସନ ପ୍ୟାକ ହୋଇଛି। କାର୍ତ୍ତିକ-କ୍ରିତିଙ୍କ କେମେଷ୍ଟ୍ରି ଖୁବ୍‌ ଜବରଦସ୍ତ ରହିଛି। ଫିଲ୍ମରେ ଆକ୍ସନ, କମେଡି ସହ ରୋମାନ୍ସ ମଧ୍ୟ ରହିଛି।

Share