Categories: ଜାତୀୟ

ଜମ୍ମୁ-କଶ୍ମୀର ପୋଲିସ ମେଡାଲରୁ ଶେଖ୍‌ ଅବ୍‌ଦୁଲ୍ଲାଙ୍କ ଛବି ହଟିବ

ନୂଆଦିଲ୍ଳୀ,୨୫।୫: ଜମ୍ମୁ-କଶ୍ମୀର ପୋଲିସ ମେଡାଲରେ ଥିବା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍‌ ଅବଦୁଲ୍ଲାଙ୍କ ଛବି ହଟାଯିବା ନେଇ ଜମ୍ମୁ-କଶ୍ମୀର ସରକାର ନିଷ୍ପତ୍ତି ନେଇଛନ୍ତି। ଅବଦୁଲ୍ଳାଙ୍କ ଛବି ବଦଳରେ ଅଶୋକ ସ୍ତମ୍ଭର ଚିତ୍ର ରଖାଯିବ ବୋଲି ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିକୁ ନେଇ ଆଞ୍ଚଳିକ ଦଳ ଦ ନ୍ୟାଶନାଲ କନ୍‌ଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। କାଶ୍ମୀର ସମ୍ପୂର୍ଣ୍ଣ ଭାବେ ଭାରତ ସହିତ ମିଶୁ ବୋଲି ଅବଦୁଲ୍ଲା ଚାହୁଁଥିଲେ। ୧୯୪୮ରୁ ୧୯୫୩ ପର୍ଯ୍ୟନ୍ତ ଶେଖ୍‌ ଅବଦୁଲ୍ଲା ଜମ୍ମୁ-କଶ୍ମୀର ପ୍ରଧାନମନ୍ତ୍ରୀ ଥିବାବେଳେ ୧୯୭୫ରୁ ୧୯୮୨ ପର୍ଯ୍ୟନ୍ତ ସେ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ।

Share