‘ବିଦାୟ ଭାଷଣ ମଝିରେ ଅଟକି ପଳାୟନ କଲେ …’, ଜାଣନ୍ତୁ କେଉଁ ପରିସ୍ଥିତିରେ ଦେଶ ଛାଡ଼ିଲେ ଶେଖ ହସିନା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ଶେଖ ହସିନା ସରକାରକୁ କ୍ଷମତାରୁ ହଟାଇ ଦିଆଯାଇଛି। ଛାତ୍ର ବିରୋଧ ହିଂସାତ୍ମକ ରୂପ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି ଏବଂ ବର୍ତ୍ତମାନ ସେ ଦେଶ ଛାଡିଛନ୍ତି। ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ କହିଛନ୍ତି ଯେ ଏକ ମଧ୍ୟବର୍ତ୍ତୀ ସରକାର ଗଠନ କରାଯାଉଛି।

ଏହାରି ମଧ୍ୟରେ ହସିନା ବାଂଲାଦେଶ ଛାଡ଼ି ଆଭାରତରେ ପହଞ୍ଚିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏଫପି କହିଛି ଯେ ହସିନା ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶର ଅଗ୍ରଣୀ ଖବରକାଗଜ ‘ଢାକା ଟ୍ରିବ୍ୟୁନ୍’ ଏହାର ଏକ ରିପୋର୍ଟରେ କହିଛି ଯେ ଶେଖ ହସିନା ତାଙ୍କ ସାନ ଭଉଣୀ ଶେଖ ରେହାନାଙ୍କ ସହ ଭାରତ ଆସିଛନ୍ତି।

ବାଂଲାଦେଶୀ ଖବରକାଗଜ ରିପୋର୍ଟ କରିଛି ଯେ ଶେଖ ହସିନା ଦେଶ ଛାଡିବା ପୂର୍ବରୁ ତାଙ୍କ ବିଦାୟ ଭାଷଣ ରେକର୍ଡ କରିବାକୁ ଚାହୁଁଥିଲେ। ତେବେ ପରିସ୍ଥିତି ଏପରି ହୋଇଥିଲା ଯେ ସେ ତାଙ୍କ ଭାଷଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କୁ ଦେଶ ଛାଡି ପଳାଇବାକୁ ପଡିଥିଲା।

ପରିସ୍ଥିତି ଏପରି ହେଲା ଯେ ସେ ଭାଷଣ ରେକର୍ଡ କରିବାର ସୁଯୋଗ ପାଇଲେ ନାହିଁ ଏବଂ ହଠାତ୍ ଦେଶ ଛାଡିବାକୁ ପଡିଲା।’ କୁହାଯାଉଛି ଯେ ଦେଶର ସେନା ହାସିନାଙ୍କୁ ଦେଶ ଛାଡିବାକୁ ସେନା 45 ମିନିଟର ନୋଟିସ ଦେଇଥିଲା।

Share