୫ମ ଥର ପ୍ରଧାନମନ୍ତ୍ରୀ ହେବେ ଶେଖ୍‌ ହସିନା

ଢାକା,୮ା୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଲଗାତର ଚତୁର୍ଥ କାର୍ଯ୍ୟକାଳ ସୁରକ୍ଷିତ କରିଥିବା ବେଳେ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ମୁଖ୍ୟ ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି) ଏବଂ ଏହାର ସହଯୋଗୀ ଦଳଙ୍କ ଦ୍ୱାରା ରବିବାର ଦିନ ଅନୁଷ୍ଠିତ ଦ୍ୱାଦଶ ସାଧାରଣ ନିର୍ବାଚନରେ ହାସିନାଙ୍କ ଆଓ୍ବାମୀ ଲିଗ୍‌ ୨୦୦ଟି ସିଟ୍‌ ଜିତି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିରୋଧୀ ଜାତୀୟ ପାର୍ଟି ୧୦ଟି ଆସନ ଏବଂ ସ୍ବାଧୀନମାନେ ୪୫ଟି ଆସନ ଜିତିଥିଲେ। ନିର୍ବାଚନରେ କେବଳ ୪୦ ପ୍ରତିଶତ ମତଦାନ ହୋଇଥିଲା। ମୁଖ୍ୟ ବିରୋଧୀ ଦଳ ବିଏନ୍‌ପିପି ଏବଂ ଅନ୍ୟ ୧୫ଟି ଦଳ ନିର୍ବାଚନକୁ ବହିଷ୍କାର କରିଥିଲେ।

Share