Categories: ଜାତୀୟ

ଶେଖ୍‌ ହସିନାଙ୍କୁ ଅନ୍ୟ ଦେଶକୁ ଯିବା ପାଇଁ କରାଯିବନି ବାଧ୍ୟ, ଜାଣନ୍ତୁ ଭାରତରେ ରହିବା ନେଇ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ,୭ା୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଦେଶ ଛାଡ଼ି ଭାରତ ଆସିଥିଲେ। ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ, ଭାରତ ସରକାର ଶେଖ ହସିନାଙ୍କୁ ଦିଲ୍ଲୀରୁ ଅନ୍ୟ ଦେଶକୁ ପଠାଇବେ ନାହିଁ। କୁହାଯାଉଛି ଯେ, ସେ ନିରାପଦ ସ୍ଥାନକୁ ଯିବା ପାଇଁ ସ୍ଥିର ନ କରିବା ପର୍ଯ୍ୟନ୍ତ ତାଙ୍କୁ ପଠାଯିବ ନାହିଁ। ଏହି ସମୟରେ ହସିନା ଭାରତରେ ରହିବେ।

ସୂଚନାନୁଯାୟୀ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସହ ଦଶନ୍ଧି ଧରି ଭାରତ ସହ ଥିବା ଭଲ ସମ୍ପର୍କକୁ ମୋଦି ସରକାର ଧ୍ୟାନରେ ରଖିଛନ୍ତି। ବର୍ତ୍ତମାନ ହସିନା ଗାଜିଆବାଦର ହିଣ୍ଡନ ଏୟାରବେସ୍‌ର ସୁରକ୍ଷିତ ଘରେ ରହିବେ। ଏହି ସମୟରେ ତାଙ୍କୁ ଅନ୍ୟ କୌଣସି ସ୍ଥାନକୁ ନେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବାଂଲାଦେଶରେ ନୂତନ ସରକାରଙ୍କ ସହ ଯେତେ ସମ୍ପର୍କ ଅଛି, ତାହା ପ୍ରଥମେ ଭଲ ହେଉ।

ଏକ ମିଡିଆ ହାଉସ ସହିତ କଥାବାର୍ତ୍ତା କରି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ସାଜିବ ଓ୍ବାଜେଦ୍‌ ଜୟଙ୍କୁ ତୃତୀୟ ଦେଶରୁ ଆଶ୍ରୟ ନେବାକୁ ଯୋଜନା ବିଷୟରେ ପଚରାଯିବାରୁ ସେ କହିଥିଲେ, ଏସବୁ ଗୁଜବ। ସେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ବର୍ତ୍ତମାନ ପାଇଁ ସେ ଆଉ କିଛି ସମୟ ଦିଲ୍ଲୀରେ ରହିବେ। ତେବେ ମୋ’ ଭଉଣୀ ସାଏମା ଓ୍ବାଜେଦ୍‌ ତାଙ୍କ ସହ ଅଛନ୍ତି। ତେଣୁ ସେ ଏକୁଟିଆ ନୁହନ୍ତି। ହସିନାଙ୍କ ଝିଅ ସାଇମା ଓ୍ବାଜେଦ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ, ଯାହାର ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ।

Share