ପୁଣି ବାଂଲାଦେଶ ଫେରିବେ ଶେଖ ହାସିନା! ହାସିନାଙ୍କ ପୁଅ ଦେଲେ ବଡ଼ ବୟାନ, ନିର୍ବାଚନ ହେଲେ…

ନୂଆଦିଲ୍ଲୀ,୮।୮: ବାଂଲାଦେଶର ରାଜନୈତିକ ଅସ୍ଥିରତା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଶରଣ ନେଇଛନ୍ତି। କିନ୍ତୁ ଏହାପରେ ସେ କେଉଁଠି ରହିବେ? ହାସିନା ନିଜ ଭଉଣୀ ଏବଂ କିଛି ସହଯୋଗୀଙ୍କ ସହିତ ୟୁରୋପ ଯିବେ ନା ପୁଣି ବାଂଲାଦେଶ ଫେରିଯିବେ? ଅନ୍ୟପକ୍ଷରେ ଭାରତ ସରକାର ମଧ୍ୟ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ହାସିନା କେଉଁଠି ଆଶ୍ରୟ ପାଇ ନାହାନ୍ତି ସେ ଭାରତରେ ରହି ପାରିବେ। ତେଣୁ ସେ ଗତ ୪ ଦିନ ଧରି ଭାରତରେ ରହୁଛନ୍ତି। ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହାସିନାଙ୍କ ପୁଅ ସାଜିବ ୱାଜେଦ ବଡ଼ ବୟାନ ଦେଇଛନ୍ତି। ହାସିନା ପୁଣି ବାଂଲାଦେଶ ଫେରିଯିବେ ନା ଆଉ କେଉଁଠି ରହିବେ, ତାଙ୍କର ଭବିଷ୍ୟତକୁ ନେଇ ପ୍ଲାନିଂ କ’ଣ ସେ ସବୁ କଥା କହିଛନ୍ତି।

ୱାଜେଦ ବାଂଲାଦେଶର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ସହ ୟୁନୁସ ମଧ୍ୟବର୍ତ୍ତୀକାଳୀନ ସରକାର ହେବା, ଶେଖ ହାସିନାଙ୍କ ଭବିଷ୍ୟତ ଏବଂ ଅନ୍ୟ ଦେଶରେ ଆଶ୍ରୟ ନେବା ନେଇ ଖୋଲାଖୋଲି ଭାବେ କହିଛନ୍ତି। ୱାଜେଦ କହିଛନ୍ତ, ମାଆ ଦେଶ ଛାଡିବାକୁ ଚାହୁ ନ ଥିଲେ କି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁ ନ ଥିଲେ। କିନ୍ତୁ ଆନ୍ଦୋଳନକାରୀ, ବିଶେଷକରି ସଶସ୍ତ୍ର ଉପଦ୍ରବିଙ୍କଠାରୁ ତାଙ୍କ ଜୀବନ ରକ୍ଷା ପାଇଁ ସେ ୪୫ ମିନିଟ୍‌ ଭିତରେ ଦେଶ ଛାଡି ଦେଇଥିଲେ।

ବର୍ତ୍ତମାନ ପୁଣିଥରେ ବାଂଲାଦେଶ ଫେରିବାକୁ ଚାହୁଁନାହିଁ। କିନ୍ତୁ ଯଦି ନିର୍ବାଚନ ହୁଏ ତେବେ ଆମେ ଏହା ବିଷୟରେ ଚିନ୍ତା କରିବୁ। କେବେ BNPP ଦଳ ନିର୍ବାଚନରେ ଜିତିବେ କିମ୍ବା କେବେଆମ ଦଳ ଆୱାମୀ ପାର୍ଟି ଜିତିବେ। କିନ୍ତୁ ଆମ ନେତାଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଯାଉଛି, ଆମେ ବର୍ତ୍ତମାନ ପାଇଁ ସୁରକ୍ଷିତ ରହିବାକୁ ଚାହୁଁଛୁ। ଭବିଷ୍ୟତରେ, ଯଦି ରାଜନୈତିକ ପରସ୍ଥିତିି ଠିକ୍‌ ରହେ ତେବେ ମାଆ ପୁଣି ବାଂଲାଦେଶ ଫେରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ବଡ଼ ପ୍ଲାନିଂ କରି ହେଜ୍‌ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍‌ କମ୍ପାନୀ

ଜେରୁଜେଲମ୍‌,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍...

ବାଂଲାଦେଶ ହିଂସାରେ ସଂଖ୍ୟାଲଘୁଙ୍କ ମୃତ୍ୟୁକୁ ନେଇ ଆସିଲା ଚମକାଇବା ଭଳି ତଥ୍ୟ

ଢାକା,୧୯।୯: ବାଂଲାଦେଶ ହିଂସାରେ କେତେ ସଂଖ୍ୟାଲଘୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ କେତେଜଣ ଆହତ ହୋଇଛନ୍ତି ସେନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନୋକୁ ଆସିଛି। ଗୁରୁବାର...

ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ

ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri