ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୨୧।୮: ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ନିଜ ଅଜବ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ସେ ପୁଣି ଥରେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ଆଣବିକ ଅସ୍ତ୍ର ବହୁତ ଛୋଟ ଏବଂ ସିଦ୍ଧ। ଯାହା ମୁସଲମାନଙ୍କ ଜୀବନ ରକ୍ଷା କରି ଅନ୍ୟ ଭାରତୀୟଙ୍କୁ ଟାର୍ଗେଟ କରିବାର କ୍ଷମତା ରଖିଛି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଯଦି ଦୁଇ ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେବ ତେବେ ପକିସ୍ତାନ ହିଁ ଜିତିବ। କାରଣ ଆମ ପାଖରେ ଛୋଟ ଅସ୍ତ୍ର ଅଛି ଯାହା ବଡ କାମ କରିବାରେ ସହାୟକ ହେବ। ଏହାପୂର୍ବରୁ ତାଙ୍କ ପାଖରେ ୧୫୦ ଗ୍ରାମର ପରମାଣୁ ବମ୍‌ ଥିବା କଥା କହି ଟ୍ରୋଲ୍‌ ହୋଇସାରିଛନ୍ତି ରଶିଦ। ଏହାପୂର୍ବରୁ ଇମ୍ରାନ ସରକାରର ଅନେକ ମନ୍ତ୍ରୀ ମଧ୍ୟ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଆସିଛନ୍ତି।

Share