ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା ପୂର୍ବରୁ କହୁଥିବା ବେଳେ ଏବେ କେଜରିଓ୍ବାଲ କହିଛନ୍ତି କି ଅଧିକାଂଶ ଭୋଟ କଂଗ୍ରେସକୁ ଯାଇଛି। ଆଉ ସେଥିମଧ୍ୟରୁ ଅଛି ବହୁପରିମାଣ ମୁସଲମାନ ଭୋଟ। ତେବେ କେଜରିଓ୍ବାଲଙ୍କ ଏଭଳି ମନ୍ତବ୍ୟକୁ ନେଇ ଏହାର ଜବାବ ରଖିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ। ସେ କହିଛନ୍ତି, ମହିଳା ହେଉ ବା ପୁରୁଷ ହିନ୍ଦୁ ହେଉ ବା ମୁସଲମାନ ସମସ୍ତେ ନିଜ ମନ ପସନ୍ଦର ଦଳକୁ ଭୋଟ ଦେବାର ଅଧିକାର ରହିଛି। ହୁଏତ କେଜରିଓ୍ବାଲ ସରକାରଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି ବା ବୁଝି ପାରୁ ନାହାଁନ୍ତି। କିନ୍ତୁ କେଜରିଓ୍ବାଲ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଭିତ୍ତିହିନ ବୋଲି ଶିଲା କହିଛନ୍ତି।