Categories: ଜାତୀୟ

ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଲଢ଼ିବେ ଶିଲା ଦିକ୍ଷିତ

ନୂଆଦିଲ୍ଲୀ,୨୨।୪: ଅତିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ ଏଥର ପୁଣିଥରେ କଂଗ୍ରେସ ଟିକେଟ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର ସେ ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ସୋମବାର କଂଗ୍ରେସ ପକ୍ଷରୁ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ଏହି ତାଲିକାରେ ରହିଛି ଶିଲାଙ୍କ ନାମ। ସେହିପରି ଅଜୟ ମାକେନ ଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ସିଂ ଲଭଲି ପୂର୍ବ ଦିଲ୍ଲୀ, ଜେପି ଅଗ୍ରଓ୍ବାଲ ଚାନ୍ଦନିଚୌକ, ରାଜେଶ ଲିଲୋଥିଆ ଉତ୍ତର-ପଶ୍ଚିମ ଦିଲ୍ଲୀ ଓ ମହାବଳ ମିଶ୍ର ପଶ୍ଚିମ ଦିଲ୍ଲୀରୁ ନିର୍ବାଚନ ଲଢିବେ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି।

Share