Categories: ଖେଳ

ଡବ୍ଲ୍ୟୁଟିଏ ଜିତିବାରେ ଶେରିଫ୍‌ ପ୍ରଥମ ଇଜିପ୍ଟସିଆନ୍‌

ପାରମା, ୩ା୧୦(ଏପି): ଟପ୍‌ ସିଡ୍‌ ମାରିଆ ସାକାରିଙ୍କୁ ୭-୫, ୬-୩ରେ ପରାସ୍ତ କରି ମେୟାର ଶେରିଫ୍‌ ପାରମା ଲେଡିଜ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ସେ ପ୍ରଥମ ଇଜିପ୍‌ସିଆନ ଖେଳାଳି ଭାବେ ଡବ୍ଲ୍ୟୁଟିଏ ଟୁର୍‌ ଇଭେଣ୍ଟ ଜିତିଛନ୍ତି। ପ୍ରଥମ କ୍ୟାରିୟର ଟାଇଟଲ ବ୍ୟତୀତ ଶେରିଫ୍‌ଙ୍କର ଜଣେ ଟପ୍‌ ୧୦ ଖେଳାଳିଙ୍କ ବିପକ୍ଷରେ ଏହା ହେଉଛି ପ୍ରଥମ ବିଜୟ।

୭୪ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ଶେରିଫ୍‌ ଶନିବାର ଦୁଇଟି ମ୍ୟାଚ୍‌ ଖେଳିଥିଲେ। ପ୍ରଥମେ ସେ ୬ଷ୍ଠ ସିଡ୍‌ ଆନା ବଗ୍‌ଡାନଙ୍କୁ ୬-୪, ୩-୬, ୬-୪ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହି ମ୍ୟାଚ୍‌ ବର୍ଷା ଯୋଗୁ ଦିନେ ଘୁଞ୍ଚିଥିଲା। ଅନ୍ୟପକ୍ଷରେ ୭ମ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ସାକାରି ୭-୫, ୬-୨ରେ ଡାନକା କୋଭିନିକ୍‌ଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ।

Share