ତଥାପି ଅଡ଼ୁଆ ତୁଟୁନି: ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୁଣି ଏଫ୍‌ଆଇଆର୍‌ ରୁଜୁ କଲେ ଅଭିନେତ୍ରୀ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ଜେଲ୍‌ରେ ଥିବା ବ୍ୟବସାୟୀ ତଥା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ନିକଟରେ ଜାମିନ ମିଳିଛି । ତାଙ୍କ ବିରୋଧରେ ପୁଣି ଏଫଆଇଆର୍‌ ରୁଜୁ କରିଛନ୍ତି ଅଭିନେତ୍ରୀ ତଥା ମଡେଲ ଶର୍ଲିନ୍‌ ଚୋପ୍ରା । ସେ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ମୁମ୍ବାଇ ଜୁହୁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି । ରାଜ୍‌ଙ୍କ ନାମରେ ଠକେଇ, ପ୍ରତାରଣା ସହ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସେ।
ଖବରଦାତା ସମ୍ମିଳନୀରେ ଶର୍ଲିନ କହିଛନ୍ତି, ତୁମେ କାହିଁକି ଝିଅମାନଙ୍କୁ ଠକୁଛ? ଏହା ନୈତିକ ବ୍ୟବସାୟ କି? ଯଦି ଆପଣ ଜଣେ ବ୍ୟବସାୟୀ ହେବାକୁ ଚାହାଁନ୍ତି , ତେବେ ଟାଟାଠାରୁ କିପରି ବ୍ୟବସାୟ କରିବେ ଶିଖନ୍ତୁ। ସେମାନେ କରିଥିବା ପ୍ରତିଜ୍ଞା ପାଳନ କରନ୍ତି। ତୁମେ କ’ଣ କର? ଏଭଳି ଅନେକ ପ୍ରଶ୍ନ କରିଛନ୍ତି ଶର୍ଲିନ। ମୁଁ ତାଙ୍କୁ ଡରିନାହିଁ ବୋଲି ମଧ୍ୟ ସେ ଆହୁରି କହିଛନ୍ତି ।

 

Share