ବମ୍ବେ: କେବେ ବାନ୍ଧିଥିଲେ ରାଖୀ,ଏବେ କରୁଛନ୍ତି ଡେଟିଂ। ଆମେ କହୁଛୁ ବୋଲ୍ଡନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶର୍ଲିନ ଚୋପ୍ରାଙ୍କ ବିଷୟରେ। ଏକଦା ସେ ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତଙ୍କ ପୂର୍ବ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କୁ ରାଖୀ ବାନ୍ଧିଥିବା ବେଳେ ଏବେ ଡେଟ୍ କରିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଉଭୟଙ୍କୁ ଟ୍ରେଲ୍ କରାଯାଉଛି।
ରାକ୍ଷୀ ଏବଂ ଆଦିଲଙ୍କ ମଧ୍ୟରେ ଆଇନଗତ ଲଢ଼େଇ ବେଳେ ଶର୍ଲିନ ଅଭିନେତ୍ରୀଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ। ପରେ ସେ ଆଦିଲଙ୍କୁ ଭାଇ ଭାବେ ରାଖୀ ବାନ୍ଧି ତାଙ୍କ ସମର୍ଥନ କରିଥିବା ଦେଖାଯାଇଥିଲା। ହେଲେ ଏବେ ସେହି ସମ୍ପର୍କକୁ ଭୁଲି ଶର୍ଲିନ ଆଗକୁ ବଢ଼ିଛନ୍ତି।
ଦୀର୍ଘଦିନ ପରେ ଶର୍ଲିନ-ଆଦିଲଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖାଯାଇଥିଲା। ଏହି ସମୟରେ ତାଙ୍କ କାନଫୁଲଟି ଖସି ପଡ଼ିଥିଲା। ସେ ଆଦିଲଙ୍କୁ ଡାକି ତାକୁ ପିନ୍ଧାଇବାକୁ କହିଥିଲେ। ସମସ୍ତଙ୍କୁ ଚକିତ କରି ଆଦିଲ ମଧ୍ୟ ସେଭଳି କରିଥିଲେ।
ଉଭୟଙ୍କୁ ଏକାଠି ଦେଖି ତାଙ୍କୁ ଜୋରଦାର ଟ୍ରୋଲ କରାଯାଉଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏମାନେ ଭାଇ ଭଉଣୀ ଥିଲେ ପରା, ଏବେ କ’ଣ ହୋଇଗଲା। ’ ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି, କେବେ ଆଦିଲଙ୍କୁ ଭାଇ କହୁଥିଲେ, ଏବେ ବଏଫ୍ରେଣ୍ଡ କରିନେଇଛନ୍ତି। କିଭଳି ମହିଳା ଇଏ।’