ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଏକଦା ବିଗ୍‌ବସ୍‌ରେ କରିଥିଲେ ଅଶୋଭନୀୟ କାଣ୍ଡ

ବମ୍ବେ: ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା। ‘ଟାଇମ୍‌ ପାସ୍‌’, ‘ରେଡ୍‌ ସ୍ବସ୍ତିକ’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ସର୍ଲିନ୍‌ ଅନେକ ଥର ବିବାଦକୁ ଆସିଛନ୍ତି। ବିଗ୍‌ ବସ୍‌ ସିଜନ୍‌ -୩ରେ ପ୍ରତିଯୋଗୀ ଥିଲେ ସର୍ଲିନ୍‌। ସେତେବେଳେ ସେ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଯାଉ ବୋଲି ଜିଦ୍‌ ଧରିଥିଲେ। ସେ କ୍ୟାମେରା ସମ୍ମୁଖରେ ଗାଧୋଇବାକୁ ଭଲ ପାଆନ୍ତି ବୋଲି କହିଥିଲେ। ହେଲେ ନିର୍ମାତାମାନେ ଏଥିରେ ରାଜି ହୋଇ ନ ଥିଲେ। ଏହାର କିଛି ଦିନ ପରେ ସେ ଶୋ’ରୁ ବିଦା ହୋଇଯାଇଥିଲେ।

କେବଳ ଏତିକି ନୁହେଁ ଏକଦା ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଥିବା କହିଥିଲେ ସର୍ଲିନ। ଏକ ସାକ୍ଷାତକାରରେ କେଉଁ ଅଭିନେତାଙ୍କ ସହ ଇଣ୍ଟିମେଣ୍ଟ ସିନ୍‌ କରିବାକୁ ଚାହୁଁଥିବା ତାଙ୍କୁ ପଚରାଯାଇଥିଲା। ଉତ୍ତରରେ ବିଦ୍ୟାଙ୍କ ନାମ ନେଇଥିଲେ ସେ। ଏପରିକି ସ୍ବାମୀ ସିଦ୍ଧାର୍ଥଙ୍କ ଅପେକ୍ଷା ସେ ବେଶି ଭଲରେ ବିଦ୍ୟାଙ୍କୁ ରଖିବେ ବୋଲି କହିଥିଲେ।

ଆଜି ସର୍ଲିନ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share