ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶେର୍ଲିନ ଚୋପ୍ରା ତାଙ୍କ ବୟାନକୁ ନେଇ ଅନେକ ସମୟରେ ହେଡଲାଇନରେ ରହିଛନ୍ତି। ସେ ସବୁ ପ୍ରସଙ୍ଗ ଉପରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜିକାଲି ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଛନ୍ତି। ସେ ପ୍ରତିଦିନ କିଛି ନା କିଛି ଶେୟାର କରିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ ଯାହା ଭାଇରାଲ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ସେ ଏକ ବୟାନ ଦେଇଛନ୍ତି। କଥା ହେଲା ସେ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।

ଶେର୍ଲିନ ଚୋପ୍ରା ଆଜିକାଲି ପାପାରାଜି ପାଇଁ ପୋଜ ଦେବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ସମ୍ପ୍ରତି ସେ ପାପାରାଜି ପାଇଁ ପୋଜ ଦେଇଥିଲେ ଏବଂ ତାଙ୍କ ପ୍ରଶଂସକଙ୍କ ସହିତ ଫଟୋ କ୍ଲିକ କରିଥିଲେ। ଏହି ସମୟରେ ଜଣେ ତାଙ୍କୁ ରାହୁଲ ଗାନ୍ଧୀଙ୍କୁ ବିବାହ ବିଷୟରେ ପଚାରିଥିଲେ। ସେ କହିଥିଲେ- ଆପଣ ରାହୁଲ ଗାନ୍ଧୀଙ୍କୁ ବିବାହ କରିପାରିବେ କି? ସେ କହିଥିଲେ କାହିଁକି ନୁହେଁ। ହେଲେ ଏସ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ଅଭିନେତ୍ରୀ କହିଛନ୍ତି ସେ ରାହୁଲ ଗାନ୍ଧୀଙ୍କୁ ବିବାହ କରିପାରିବେ ହେଲେ ବିବାହ ପରେ ସେ ତାଙ୍କ ସରନେମ ଚେଞ୍ଜ କରିପାରିବେ ନାହିଁ। ଏବେ ଏହି ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ କିନ୍ତୁ କଂଗ୍ରେସ ନେତାଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କରୀନା କପୁର, ହେଲେ କଂଗ୍ରେସ ଏମପିଙ୍କୁ ନେଇ ଏ କ’ଣ କହିଦେଲେ ସୈଫ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୭।୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା...

‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର...

‘ଭୁଲ୍‌ ଭୁଲୈୟା ୩’ ର ପ୍ରଥମ ପୋଷ୍ଟର

ମୁମ୍ବାଇ: ସମ୍ପ୍ରତି ହିନ୍ଦୀ ସିନେମାର ପ୍ରମୁଖ ତାରକାମାନଙ୍କ ମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅନ୍ୟତମ। କାର୍ତ୍ତିକ ତାଙ୍କର ଅଭିନୟ ଓ ଲୁକ୍‌ ମାଧ୍ୟମରେ ବହୁ ପ୍ରଶଂସକ...

ମିସ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଲେ ରିୟା ସିଂଘା

ଜୟପୁର, ୨୪।୯: ଗୁଜରାଟୀ ମଡେଲ ରିୟା ସିଂଘା(୧୯) ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରିଛନ୍ତି। ରବିବାର ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ଇଣ୍ଡିଆ...

ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା କରିଲେ ଏମିତି କାମ, ହେଉଛି ଭାଇରାଲ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରାୟ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ସହ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଅନେକ ମାସ ଧରି ବିବାଦ ଲାଗି...

ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ...

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri