Categories: ଫୁରସତ

ଓବାମାଙ୍କ ମାନିକ୍ୱିନରେ ଶେର୍‌ଓ୍ବାନି

ନୂଆଦିଲ୍ଲୀ: ଗ୍ରାହକଙ୍କୁ ନିଜ ଦୋକାନକୁ ଆକୃଷ୍ଟ କରିବା ପାଇଁ ଜଣେ ଦୋକାନୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଭଳି ମାନିକ୍ୱିନ୍‌ ରଖିଛନ୍ତି। ସେଥିରେ ଏକ ଶେରଓ୍ବାନି ଲଗାଯାଇଥିବା ଫଟୋ ଏବେ ଟୁଇଟର୍‌ରେ ଟ୍ରେଣ୍ଡ୍‌ କରୁଛି। ଓବାମାଙ୍କ ମାନିକ୍ୱିନ୍‌କୁ ଏକ ପାରମ୍ପରିକ ବାନ୍ଧଗଳା ସହ ପାଇଜାମା ପିନ୍ଧାଯାଇଥିବାବେଳେ ଅନେକ ୟୁଜର୍ସ ଏହା ଉପରେ କୌତୁକପୂର୍ଣ୍ଣ ଟୁଇଟ୍‌ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ହେଉଛି ଓବାମାଙ୍କ ଦୀପାବଳି ଆଉଟ୍‌ଫିଟ୍‌’। ଭାରତୀୟଙ୍କ ‘ଯୁଗାଡ଼’ ସବୁବେଳେ ନିଆରା ବୋଲି ଆଉ ଜଣେ ୟୁଜର ଲେଖିବା ସହ ଓବାମାଙ୍କ ପୂରା ପରିବାରକୁ ଫଟୋଶପ୍‌ ମାଧ୍ୟମରେ ଭାରତୀୟ ପୋଷାକ ପିନ୍ଧାଇ ଫଟୋ ଅପ୍‌ଲୋଡ୍‌ କରିଛନ୍ତି।

Share