ଶେଷନାରାୟଣ ସିଂଙ୍କ ପରଲୋକ

ନୋଏଡ଼ା, ୮।୫: ବର୍ଷୀୟାନ ସାମ୍ବାଦିକ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଶେଷନାରାୟଣ ସିଂଙ୍କର ଉତ୍ତରପ୍ରଦେଶ ଗ୍ରେଟର ନୋଇଡ଼ାସ୍ଥିତ ଏକ ସରକାରୀ ହସ୍ପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଗଭର୍ନମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଜିଆଇଏମ୍‌ଏସ୍‌)ରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ ରାଜନେତା ଓ ଗଣମାଧ୍ୟମ ପ୍ରତିନିଧି ଶୋକବ୍ୟକ୍ତ କରିଛନ୍ତି।

Share