୭ ବର୍ଷ ହେଲା ରଶିରେ ବନ୍ଧା ଶୈଶବ

କୁନ୍ଦୁରା,୫ା୬(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦରମହକୁମାରୁ ୧ କି.ମି. ଦୂର କାଉଡିଆଗୁଡା ଗ୍ରାମରେ ସପରିବାର ରହନ୍ତି ବଳରାମ ପେଣ୍ଟିଆ। ସ୍ତ୍ରୀ ଲକ୍ଷ୍ମୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ବଳାରାମଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ୱ ପଡିଥିଲା ଲକ୍ଷ୍ମୀଙ୍କ ଉପରେ। ତାଙ୍କ ପୁଅମାନଙ୍କ ମଧ୍ୟରେ ଗୋକୁଳ (୧୦) ଥିଲେ ଜନ୍ମରୁ ମାନସିକ ଭିନ୍ନକ୍ଷମ। ଏଥିପାଇଁ ଗୋକୁଳଙ୍କୁ ଦୀର୍ଘ ୭ ବର୍ଷ ହେବ ପରିବାର ଲୋକେ ରଶିରେ ବାନ୍ଧି ଘରେ ରଖିଛନ୍ତି। ରଶିରେ ବନ୍ଧାପଡିଛି ତାଙ୍କ ଶୈଶବ। ବଳରାମଙ୍କ ମୃତ୍ୟୁ ପରେ ବହୁତ କଷ୍ଟରେ ଚଳୁଛି ଲକ୍ଷ୍ମୀଙ୍କ ପରିବାର l ୧୪ ବର୍ଷର ନାବାଳିକା ଝିଅ ମଜୁରି ଲାଗି ଯାହା ଆଣନ୍ତି ସେଥିରେ ପରିବାର ଚଳେ। ସରକାରୀ ସହାୟତା ରୂପେ ତାଙ୍କ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ମିଳୁଛି ୩୫ କେଜି ଚାଉଳ। ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘରଟିଏ ନାହିଁ କି ଏଯାଏ ଲକ୍ଷ୍ମୀଙ୍କୁ ମିଳିନି ବିଧବା ଭତ୍ତା। ୮୦ ପ୍ରତିଶତ ପ୍ରମାଣପତ୍ର ଥିଲେ ସୁଦ୍ଧା ଗୋକୁଳଙ୍କୁ ମିଳିନି ଭିନ୍ନକ୍ଷମ ଭତ୍ତା। ଭତ୍ତା ପାଇଁ ଅନେକ ଥର ଆବେଦନ କରି ନିରାଶ ହୋଇଛନ୍ତି ଲକ୍ଷ୍ମୀ। ଏପରି ସ୍ଥଳେ ସ୍ବେଚ୍ଛାସେବୀ ସଙ୍ଗଠନ ସାଥୀ ଲକ୍ଷ୍ମୀଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛି। ଆମେ ସବୁ ସମୟରେ ତୁମ ଅସୁବିଧା, ସମସ୍ୟାରେ ସହାୟତା ଯୋଗାଇ ଦେବୁ ବୋଲି ଲକ୍ଷ୍ମୀଙ୍କୁ ଆଶ୍ୱାସନା ଦେଇଛନ୍ତି ସାଥୀର କର୍ମକର୍ତ୍ତା ସଭାପତି ଚନ୍ଦ୍ରଶେଖର ରଥ, ସ୍ବରୂପ ଦାସ, ସୁଧୀର ବେହେରା ଓ ଗୋପାଳ ସାବତ। ବ୍ଲକଠାରୁ ମାତ୍ର ଗୋଟିଏ କି.ମି. ଦୂର ଏହି ଗ୍ରାମରେ ୭ ବର୍ଷ ହେଲା ଜଣେ ମାନସିକ ଭିନ୍ନକ୍ଷମ ପିଲା ରଶିରେ ବନ୍ଧା ହୋଇ ରହିବା ଏବଂ ତାଙ୍କୁ ପ୍ରଶାସନ ପକ୍ଷରୁ ଏଯାବତ୍‌ କୌଣସି ସହାୟତା ନ ମିଳିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ତୁରନ୍ତ ପ୍ରଶାସନ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା,୨୧ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ରେ ଚଳିତ ଖରିଫ ଋତୁରେ ଧାନମଣ୍ଡି ବିଭିନ୍ନ ସ୍ଥାନରେ ଶୁଭାରମ୍ଭ ହୋଇଥିବା ବେଳେ ମିଲର୍ସଙ୍କ ଦ୍ୱାରା ଧାନ ଉଠାଯାଉ...

ଗାଁରେ ପହଞ୍ଚିଲା ଓଡ଼ିଆ ଶହୀଦ ଯବାନଙ୍କ ମୃତଦେହ

କୋରାପୁଟ,୨୧।୧୨(ଅମିତାଭ ବେହେରା): ଓଡ଼ିଆ ଶହୀଦ ଯବାନ ଈଶ୍ୱରଙ୍କ ମରଶରୀର ଶନିବାର ନିଜ ଜନ୍ମମାଟିରେ ପହଞ୍ଚିଛି। ମରଶରୀର ଗାଁରେ ପହଞ୍ଚିବା ପରେ ଶହୀଦ ଯବାନ ଅମର ରହେ...

ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ଯାଇ କୁହୁଡ଼ିରେ ଫସିଲେ ଉପ ମୁଖ୍ୟମନ୍ତ୍ରୀ ପରିଡ଼ା,ପରେ…  

ପଟ୍ଟାଙ୍ଗି,୧୯।୧୨(ଶରତ ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଟ୍ଟାଙ୍ଗି ବ୍ଲକ ତଥା କୋଟିଆ ପଞ୍ଚାୟତ ଅଧୀନରେ ରହିଥିବା ଦେଓମାଳି ପର୍ଯ୍ୟଟନସ୍ଥଳୀ...

ଅଭ୍ୟାସ ବେଳେ ଭୟଙ୍କର ବିସ୍ଫୋରଣ: ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ୱର,୧୯।୧୨: ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍‌ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ...

ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ

ଜୟପୁର,୧୫ା୧୨: କୋରାପୁଟ ଜିଲା ଜୟପୁର ଫୁଲବାଡ଼ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜୟପୁରସ୍ଥିତ ଜିଲା ମୁଖ୍ୟ...

ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ଭାବେ କୋରାପୁଟ ପୁରସ୍କୃତ

କୋରାପୁଟ,୧୧ା୧୨(ଅମିତାଭ ବେହେରା): ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ...

ଗୁଣିଗାରେଡ଼ି ସନ୍ଦେହ: ମୃତ ବ୍ୟକ୍ତିଙ୍କ ଜୁଇରେ ଅନ୍ୟଜଣଙ୍କୁ ମାରି ଜାଳିଦେଲେ

କୋରାପୁଟ/ନାରାୟଣପାଟଣା,୯ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ୫ଜଣ...

ଶିକ୍ଷକ ବଦଳି ଦାବିରେ ଜିଲାପାଳଙ୍କୁ ଭେଟିଲେ ଏସଏମସି

କୁନ୍ଦୁରା,୯।୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଳା କୁନ୍ଦୁରା ବ୍ଲକ ନବଗଠିତ ଗୁଣ୍ଡାଳ ଗ୍ରାମ ପଞ୍ଚାୟତରେ ରହିଥିବା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବଦଳି ଦାବିରେ ଜିଲାପାଳଙ୍କୁ ଭେଟିଲେ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri