ଚାଷୀ ପଞ୍ଜୀକରଣରେ ଏସ୍‌ଏଚ୍‌ଜି ମନା

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ହେଲେ ଜିଲାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହାକୁ ନେଇ ଏସ୍‌ଏଚ୍‌ଜି ସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ବିଭିନ୍ନ ଏସ୍‌ଏଚ୍‌ଜିର ଶତାଧିକ ମହିଳା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ୍‌ ଦେବା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ପ୍ରକାଶ ଯେ, ଜିଲାର ୫୪ ଏସ୍‌ଏଚ୍‌ଜି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଆସୁଥିଲେ। ଚାଷୀ ପଞ୍ଜୀକରଣଠାରୁ ଆରମ୍ଭ କରି ଚାଷୀଙ୍କଠାରୁ ଧାନ କିଣାବିକା ମଧ୍ୟ କରୁଥିଲେ। ଏହାଦ୍ୱାରା ଚାଷୀ ଉପକୃତ ହେଉଥିଲେ। ଧାନ ସଂଗ୍ରହ କାର୍ଯ୍ୟ ବାବଦକୁ ନିର୍ଦ୍ଧାରିତ ଟଙ୍କା ପାଇଁ ଏସ୍‌ଏଚ୍‌ଜି ଗୁଡ଼ିକ ସେଥିରୁ ବାଦ୍‌ ଦିଆଯାଇଛି। ତେବେ ଏସ୍‌ଏଚ୍‌ଜିଗୁଡ଼ିକୁ ଚାଷୀ ପଞ୍ଜୀକରଣ କାର୍ଯ୍ୟ ପାଇଁ ପ୍ରଥମେ ଚିଠି କରାଯାଇ ପ୍ରଶିକ୍ଷଣ ଦିଆଯିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ସେଥିରୁ ସମ୍ପୂର୍ଣ୍ଣ ବାଦ୍‌ ଦେବାକୁ ନେଇ ଅସନ୍ତୋଷ ବଢିଛି। ସୂଚନା ଅନୁଯାୟୀ, ଜିଲା ପ୍ରଶାସନର ଚିଠିସଂଖ୍ୟା-୯୪୯୯ ତା-୧୦।୭।୨୦୨୪ରିଖ ଅନୁସାରେ ଏସ୍‌ଏଚ୍‌ଜିର ସଭାପତି, ସମ୍ପାଦିକା, ଡିଇଓ (ଡାଟା ଏଣ୍ଟ୍ରି ଅପରେଟର)ଙ୍କୁ ପ୍ରଶିକ୍ଷଣ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଡକାଯାଇଥିଲା। ସେମାନେ ସେଠାକୁ ଯାଇ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ଏପରିକି ଚାଷୀ ପଞ୍ଜୀକରଣ ପାଇଁ ଉର୍ଦ୍ଦିଷ୍ଟ ଫର୍ମ ମଧ୍ୟ ବଣ୍ଟନ କରିଥିଲେ। ସେହିପରି ପ୍ରଶାସନର ଅନ୍ୟ ଏକ ଚିଠି ନଂ. ୧୦୦୪୭, ତା-୧୨।୭।୨୦୨୪ରେ ଜିଲାର ୫୪ ଏସ୍‌ଏଚ୍‌ଜିକୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ଚିଠି ହୋଇ ସବ୍‌ଡିଭିଜନାଲ ଲେଭଲ୍‌ ସିଲେକ୍ସନ କମିଟିକୁ ଗତ ମାସ ୨୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଇଥିଲା। କିନ୍ତୁ ଗତମାସ ୧୬ତାରିଖରେ ଆଉ ଏକ ପତ୍ର ସଂଖ୍ୟା-୨୩୭୯ରେ ଜିଲାର ୫୮ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ ଚାଷୀ ପଞ୍ଜୀକରଣ କରିବା ପାଇଁ ଚିଠି କରାଯାଇଥିଲା।
ତେବେ ସେଥିରୁ ବାଦ୍‌ ପଡିଥିବା ଜାଣିବା ପରେ ଏସ୍‌ଏଚ୍‌ଜିର କର୍ମକର୍ତ୍ତା ଗତ ମାସ ୧୮ତାରିଖରେ ଜିଲାପାଳଙ୍କୁ ଭେଟିଥିଲେ। ସେତେବେଳେ ଜିଲାପାଳ ଯୋଗ୍ୟ ଏସ୍‌ଏଚ୍‌ଜିଗୁଡ଼ିକୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ। କେବଳ ବରଗଡ଼ ନୁହେଁ, ସାରା ରାଜ୍ୟରେ ସେଭଳି ନିଷ୍ପତ୍ତି ନିଆଯାଇଥିବା ଜିଲାପାଳ କହିଥିବା ଏସ୍‌ଏଚ୍‌ଜି ମହିଳାମାନେ ପ୍ରକାଶ କରିଛନ୍ତି। କିନ୍ତୁ ବରଗଡ଼ ସମେତ ଅଳ୍ପ କେତୋଟି ଜିଲାକୁ ଛାଡ଼ିଦେଲେ ଅଧିକାଂଶ ଜିଲାରେ ମହିଳା ଏସ୍‌ଏଚ୍‌ଜି ଚାଷୀ ପଞ୍ଜୀକରଣ କାର୍ଯ୍ୟ କରୁଥିବା ସେମାନେ କହିଛନ୍ତି। ବରଗଡ଼ ଜିଲାର ଏସ୍‌ଏଚ୍‌ଜିକୁ କାହିଁକି ଏହି କ୍ଷେତ୍ରରେ ଉପେକ୍ଷା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଉ, ନଚେତ୍‌ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିରେ ଜିଲାର ପ୍ରତ୍ୟେକ ବ୍ଲକର ଏସ୍‌ଏଚ୍‌ଜି ମହିଳାମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri