କାହିଁକି ଫରହାନଙ୍କୁ ବିବାହ କଲେ ଶିବାନୀ

ବଲିଉଡ ଅଭିନେତା-ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଫଟୋ ଏବଂ ଭିଡିଓ ବିଷୟରେ ବହୁତ ଚର୍ଚ୍ଚା ମଧ୍ୟ ହେଉଛି। ଏହି ସମୟରେ ଶିବାନୀ ପୂର୍ବରୁ ବିବାହ କରିଥିବା ଫରହାନ ଅଖତରଙ୍କୁ କାହିଁକି ବିବାହ କରିଛନ୍ତି ସେନେଇ ଏକ ବଡ଼ ଖୁଲାସା କରିଛନ୍ତି।
ନିକଟରେ ଶିବାନୀ ଦାଣ୍ଡେକର ଏକ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ପ୍ରସିଦ୍ଧ କୋରିଓଗ୍ରାଫର ଫରାହ ଖାନଙ୍କ ସହିତ ଅଛନ୍ତି। ଏହି ଫଟୋ ଶେୟାର କରିବା ସହିତ ଶିବାନୀ ଫରହାନଙ୍କୁ ବିବାହ କରିବାର କାରଣ ମଧ୍ୟ ଦେଇଛନ୍ତି। ଫଟୋରେ ଶିବାନୀ ଏବଂ ଫରାହ କ୍ୟାମେରା ଦେଖି ହସୁଥିବା ନଜର ଆସିଛନ୍ତି। ସେ ଏହି ଫଟୋ ସହିତ କ୍ୟାପସନ ଲେଖିଛନ୍ତି, ତୁମକୁ ବହୁତ ଭଲ ପାଏ! ମୁଁ କେବଳ ତୁମର ଭାଉଜ ହେବା ପାଇଁ ଫରହାନଙ୍କୁ ବିବାହ କରିଛି।
ଶିବାନୀ ଏବଂ ଫରହାନ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଫେବୃୟାରୀ ୧୯ରେ ଖଣ୍ଡାଲାର ଫାର୍ମହାଉସରେ ବିବାହ କରିଥିଲେ। ଫାର୍ମହାଉସରେ ବିବାହ ପରେ ଏହି ଦମ୍ପତି ଫେବୟାରୀ ୨୧ରେ ମୁମ୍ବାଇରେ ଏକ ରେଜିଷ୍ଟ୍ରି ବିବାହ କରିଥିଲେ।

Share