ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା ଲାଗିଛି। ଏସ୍‌ଡିଜେଏମଙ୍କ ପରେ ଜିଲା ଦୌରା ଜଜ୍‌ଙ୍କ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗତ ୧୪ ତାରିଖରେ ଶିବଶଙ୍କର ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ।

ଆଜି ଭୁବନେଶ୍ୱର ଏମ୍ସରୁ ଡିସ୍‌ଚାର୍ଜ ହୋଇଛନ୍ତି ପ୍ରଦୀପ। ଏହା ପରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଦୀପ କହିଛନ୍ତି, ବିଜେଡି ସହ ଶିବଶଙ୍କର ସଂପକ ରହିଛି। ପୂର୍ବରୁ ଭାଜପା ଟିକେଟରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରୁଥିଲେ ଶିବଶଙ୍କର। କିନ୍ତୁ ଟିକେଟ୍‌ ନ ମିଳିବାରୁ ବିଜେଡି ସହ ସଲାସୁତୁରା କରି ସ୍ବାଧୀନ ଭାବେ ସେ ନିର୍ବାଚନ ଲଢିଛନ୍ତି।