Categories: ଜାତୀୟ

ଶିବୁ ସୋରେନ୍‌ କରୋନା ଆକ୍ରାନ୍ତ

ରାଞ୍ଚତ୍, ୨୨ା୮- ଝାଡ଼ଖଣ୍ଡ ମୁକ୍ତମୋର୍ଚ୍ଚା(ଜେଏମ୍‌ଏମ୍‌) ଅଧ୍ୟକ୍ଷ ଶିବୁ ସୋରେନ୍‌(୭୬) ଓ ତାଙ୍କ ସ୍ତ୍ରୀ ରୂପୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତଥା ପୁଅ ହେମନ୍ତ ସୋରେନ୍‌ ଟୁଇଟର ଯୋଗେ ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ସାମ୍ପଲ ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଲୋକମାନଙ୍କ ଆଶୀର୍ବାଦ ଯୋଗୁ ସେ ଖୁବ୍‌ଶୀଘ୍ର କରୋନାମୁକ୍ତ ହେବେ ସେ ପ୍ରକାଶ କରିଛନ୍ତି।

Share