୨ ହହଜାର ଟଙ୍କିଆ ନୋଟ୍‌ ବଦଳାଇବାକୁ ସାଧାରଣ ଲୋକଙ୍କୁ ଢାଲ

ଭୁବନେଶ୍ୱର,୩୧।୧୦(ସତ୍ୟଜିତ୍‌ ରାଉତ):୨ ହଜାର ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିବା ପାଇଁ ମେ’୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିଷ୍ପତ୍ତି ନେଇଥିଲା। ଏହି ବଡ଼ ନୋଟ୍‌କୁ ମେ’୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ଦେଇ ଅନ୍ୟ ନୋଟ୍‌ଗୁଡ଼ିକୁ ନିଆଯାଇପାରିବ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସମୟସୀମା ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଅକ୍ଟୋବର ୮ରୁ ଲୋକମାନେ କେବଳ ଆର୍‌ବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟରେ ହିଁ ଏହି ନୋଟ୍‌କୁ ବଦଳାଇପାରିବାର ଗାଇଡ୍‌ଲାଇନ୍‌ ରହିଛି। ଜଣେ ବ୍ୟକ୍ତି ୧୦ ଖଣ୍ଡ ନୋଟ୍‌ ଅର୍ଥାତ୍‌ ୨୦ ହଜାର ଟଙ୍କା ବଦଳାଇପାରିବେ। ତେବେ ୫ ମାସ ପରେ ଲୋକଙ୍କ ପାଖରେ ବିପୁଳ ୨ହଜାରିଆ ନୋଟ୍‌ ଗଚ୍ଛିତ ରହିଥିବାରୁ ଏବେ ଭୁବନେଶ୍ୱରସ୍ଥିତ ଆର୍‌ବିଆଇର ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ହେଉଛି। ଗତ ଦୁଇ ସପ୍ତାହରୁ ଅଧିକ ହେବ ଲମ୍ବା ଧାଡ଼ି ଲାଗୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଆର୍‌ବିଆଇ ଅଧିକାରୀମାନେ ଚିନ୍ତାରେ ପଡ଼ିଥିବାବେଳେ ଏହାକୁ ନେଇ ମଧ୍ୟ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ଉକ୍ତ ଟଙ୍କାଗୁଡିକୁ ବେଆଇନ ଭାବେ ଗଚ୍ଛିତ ରଖିଥିବା ଶିଳ୍ପପତି, ରାଜନେତା, ବିଲ୍ଡର ଓ ଅପରାଧୀମାନେ ବଦଳାଇବାକୁ ସାଧାରଣ ଲୋକଙ୍କୁ ଲଗାଉଥିବା କୁହାଯାଉଛି। ଏଥିରେ ଏକାଧିକ ର଼୍ୟାକେଟ ଲାଗିଥିବା ମଧ୍ୟ ସନ୍ଦେହ କରାଯାଉଛି। ଏଥିପାଇଁ ଗାଁରୁ ରାଜଧାନୀକୁ ଲୋକଙ୍କୁ ଗାଡିରେ ବୁହାଯାଉଛି। ଏପରିକି ଭୁବନେଶ୍ୱରର ବସ୍ତି ଲୋକଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଉଥିବା ସୂଚନା ମିଳିଛି। ତେବେ ପଚରାଉଚରାବେଳେ ବହୁ ଲୋକ ମୁହଁ ଖୋଲୁ ନ ଥିବାରୁ ଓ ଗଣମାଧ୍ୟମକୁ ଦେଖିଲେ ଆକ୍ରମଣାତ୍ମକ ହେଉଥିବାରୁ ଏଭଳି ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି।
ସୋମବାର ମଧ୍ୟ ଆର୍‌ବିଆଇ ସାମ୍ନାରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ହେଲେ ଦିନ ପ୍ରାୟ ୨ଟାରେ ଆର୍‌ବିଆଇ ମଧ୍ୟକୁ ଏହି ନୋଟ ବଦଳାଇବାକୁ ଲୋକଙ୍କୁ ପ୍ରବେଶ କରାଯାଇ ନ ଥିଲା। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଜିଲାର ଥିଲେ। ଅନ୍ୟପକ୍ଷରେ ଆର୍‌ବିଆଇ ସାମ୍ନା ରାସ୍ତାର ପାର୍ଶ୍ୱରେ ଜଣେ ଲୋକ ୫ଶହ ଟଙ୍କିଆ ନୋଟ ଦେଇ କିଛି ଲୋକଙ୍କଠାରୁ ୨ ହଜାରିଆ ନୋଟ ନେଉଥିବା ଦେଖିବାକୁ ମିଳିଥିଲା। ହେଲେ ଏହା ଉପରେ ପୋଲିସ, ପ୍ରଶାସନ ଅବା କୌଣସି ତଦନ୍ତକାରୀ ସଂସ୍ଥାର କାହାର ନଜର ନାହିଁ। ଆର୍‌ବିଆଇରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି, ମେ ୨୩ରୁ ଏହି ନୋଟ ବଦଳାଇବାକୁ ଆର୍‌ବିଆଇରେ ଭିଡ଼ ହେଉ ନ ଥିଲା। ଗତ ୧୫ଦିନ ହେଲା ଏହିଭଳି ଭିଡ଼ ଦେଖିବାକୁ ମିଳୁଛି। ଏସବୁ ଲୋକଙ୍କୁ ନେତା, ମନ୍ତ୍ରୀ ଓ ବ୍ୟବସାୟୀମାନେ ବ୍ୟବହାର କରୁଛନ୍ତି। ବଡ଼ବଡ଼ିଆଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ୨ ହଜାରିଆ ନୋଟଥିବାବେଳେ ସେମାନେ ଏସବୁ ନୋଟ୍‌କୁ ବଦଳାଇ ପାରୁନାହାନ୍ତି। ତେଣୁ ସାଧାରଣ ଲୋକଙ୍କୁ କିଛି ଟଙ୍କାର ଲୋଭ ଦେଖାଇ ୨ ହଜାରିଆ ନୋଟ ବଦଳାଇବାକୁ ବାଧ୍ୟ କରାଯାଉଥାଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ଗଞ୍ଜାମ ଖଲ୍ଲିକୋଟରୁ ଆସିଥିବା ରବୀନ୍ଦ୍ର କୁମାର ସ୍ବାଇଁ କହିଛନ୍ତି, କିଛି ୨ ହଜାରିଆ ନୋଟ ବଦଳାଇବାକୁ ଆସି ଫେରିବାକୁ ପଡ଼ୁଛି। ଏହି ଭିଡ଼ ହେଉଥିବାରୁ ଆର୍‌ବିଆଇ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି କହିଛନ୍ତି। ଆଉ କେତେଜଣ ନୋଟ୍‌ ବଦଳାଇବାକୁ ଭୁବନେଶ୍ୱରରେ କିଛିଦିନ ହେବ ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri