‘କୁମ୍‌କୁମ୍‌ ଭାଗ୍ୟ’ ଛାଡ଼ିଲେ ଶିଖା…

ବମ୍ବେ: ଶୋ’ ଛାଡ଼ିଲେ ଶିଖା ସିଂହ। ଏକତା କପୁରଙ୍କ ଟେଲି ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’କୁ ସେ ବାଏ ବାଏ କହିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶଂସକମାନେ ନିରାଶ ହେବା ସ୍ବାଭାବିକ। ଶିଖା ଧାରାବାହିକରେ ଆଲିଆ ଚରିତ୍ରରେ ନଜର ଆସୁଥିଲେ।

ଜୁନ ୧୬ ତାରିଖରେ ଶିଖା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଲକ୍‌ଡାଉନ୍‌ ପରେ ଶୋ’ର ଶୁଟିଂ ଆରମ୍ଭ ହୋଇଥିଲେ ହେଁ ପିଲାର ଲାଳନପାଳନ ପାଇଁ ଶିଖା ଶୋ’ରୁ ବିଦାୟ ନେଇଛନ୍ତି। ଏବେ ସେ ମା’ ହୋଇ ଖୁସିରେ ଅଛନ୍ତି। ନୂଆ ଅନୁଭବକୁ ସେ ଉପଭୋଗ କରିବାକୁ ଚାହାନ୍ତି। ଏଣୁ ସେ ଏବେ କାମ କରିବାକୁ ଚାହୁଁ ନ ଥିବା କହିଛନ୍ତି।

Share