Categories: Video

୯ବର୍ଷର ସମ୍ପର୍କ ଶେଷ

ଟି-୨୦ ବିଶ୍ୱକପ ପାଇଁ କିଛି ଦିନ ମଧ୍ୟରେ ଟିମ୍ ଘୋଷଣା ହେବାକୁ ଥିବା ବେଳେ ଧାୱନଙ୍କ ବ୍ୟକ୍ତିଗତ ଜୀବନରେ ଏକ ଘଟଣା ଘଟିଛି । ଟିମ ଇଣ୍ଡିଆର ଓପନର ଶିଖର ଧାୱନ ଓ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଏ ସମ୍ପର୍କରେ ନିଜେ ଆୟେଶା ଇନଷ୍ଟାଗ୍ରାମରେ ଏକ ଭାବବିହ୍ୱଳ ପୋଷ୍ଟ ଜରିଆରେ ସମଗ୍ର ଦେଶକୁ ଜଣାଇଛନ୍ତି । ଉଭୟ ପ୍ରାୟ ୯ ବର୍ଷ ଏକାଠି ରହିବା ପରେ ଶେଷରେ ଅଲଗା ହୋଇଯାଇଛନ୍ତି ।