Categories: ଖେଳ

ସ୍ତ୍ରୀଙ୍କଠାରୁ ଅଲଗା ହେବାର କାରଣ କହିଲେ ଧାଓ୍ବନ

ନୂଆଦିଲ୍ଲୀ,୨୬।୩: ଭାରତୀୟ କ୍ରିକେଟର୍‌ ଶିଖର ଧାୱନ ଖରାପ ଫର୍ମ ଯୋଗୁ ଏବେ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ପ୍ରଥମଥର ପାଇଁ ସେ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କ ଠାରୁ ଅଲଗା ହେବା ନିଜ ପ୍ରତିକ୍ରିୟା କରିଛନ୍ତି।
ବିବାହରେ ବିଫଳ ହୋଇଥିବା ଧାୱନ ସ୍ବୀକାର କରିଛନ୍ତି। ଏଥିପାଇଁ ସେ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହୁଁନାହାନ୍ତି। କାରଣ ବିବାହ ବିଷୟରେ ପୂର୍ବରୁ ମୋର ଅଭିଜ୍ଞତା ନ ଥିଲା। ଆଜି ମୁଁ କ୍ରିକେଟ ବିଷୟରେ ଯାହା କହୁଛି, ମୁଁ ୨୦ ବର୍ଷ ପୂର୍ବେ ଏହା ବିଷୟରେ ଜାଣି ନ ଥିଲି। ଏହା ଅଭିଜ୍ଞତା ସହିତ ଆସେ। ଛାଡପତ୍ର ମାମଲାର ଏପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ। ତେଣୁ ପୁଣି ବିବାହ କରିବା କଥା ଏବେ ଭାବି ନାହିଁ। ବର୍ତ୍ତମାନ ମୋର ଛାଡପତ୍ର ମାମଲା ଚାଲିଛି। ଆସନ୍ତାକାଲି ଯଦି ମୁଁ ପୁଣି ବିବାହ କରିବି, ତେବେ ମୁଁ ସେହି କ୍ଷେତ୍ରରେ ବୁଦ୍ଧିମାନ ହେବି।
ଶିଖର ଧାୱନ ୨୦୧୨ରେ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହିତ ଏବଂ ୨ ସନ୍ତାନ ମଧ୍ୟ ଥିଲେ। ଏହା ସତ୍ତ୍ୱେ ଶିଖର ତାଙ୍କୁ ଗ୍ରହଣ କରିଥିଲେ। ୨୦୧୪ରେ ଉଭୟଙ୍କର ଏକ ପୁଅ ମଧ୍ୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା, କିନ୍ତୁ ହଠାତ୍‌ ଛାଡପତ୍ର ଖବର ଆସିଥିଲା।

Share