Categories: ଖେଳ

ଇତିହାସ ରଚିଲେ ଧାଓ୍ବନ

ମୁମ୍ବାଇ,୮।୪: ଆଇପିଏଲ୍‌ର ୧୬ତମ ମୁକାବିଲା ପଞ୍ଜାବ କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପରେ ପଞ୍ଜାବ ପକ୍ଷରୁ ବ୍ୟାଟିଂ କରିବାକୁ ଆସି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ ଇତିହାସ ରଚିଛନ୍ତି। ସେ ଟି୨୦ କ୍ୟାରିୟରରେ ୧୦୦୦ ଚୌକା ପୂରଣ କରିଥିବା ବିଶ୍ୱର ପଞ୍ଚମ ତଥା ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ଧାଓ୍ବନ ଦ୍ରୁତ ବୋଲର ଲକି ଫର୍ଗୁସନଙ୍କ ବଲ୍‌ରେ ଚୌକା ମାରି ଏହି ରେକର୍ଡ କରିଛନ୍ତି। ଏହାଛଡ଼ା ମ୍ୟାଚ୍‌ରେ ସେ ମୋଟ ୩୫ ରନ୍‌ କରିଛନ୍ତି।

ପ୍ରକାଶ ଯେ, ପ୍ରକାଶ ଯେ, ଚଳିତ ସଂସ୍କରଣର ଅପରାଜିତ ଟିମ ହେଉଛି ଗୁଜରାଟ ଟାଇଟନ୍ସ । ଦଳ ୨ଟି ମ୍ୟାଚ୍‌ ଖେଳି ୨ଜିତିଛି । ଅପରପକ୍ଷେ ୩ ମ୍ୟାଚରୁ ୨ଟି ଜିତିଛି ପଞ୍ଜାବ କିଙ୍ଗ୍ସ। ଶୁକ୍ରବାର ଖେଳାଯାଉଥିବା ମ୍ୟାଚ୍‌ରେ ପଞ୍ଜାବ ୨୦ ଓଭରରେ ୯ ଉଇକେଟ ହରାଇ ୧୮୯ ରନ୍‌ କରିବାରେ ସଫଳ ହୋଇଛି। ଫଳରେ ଗୁଜରାଟକୁ ଏହି ମ୍ୟାଚ୍‌ ଜିତିବାକୁ ହେଲେ ୧୯୦ ରନ୍‌ କରିବାକୁ ହେବ।