Categories: ଖେଳ

ଟିମ୍ ଇଣ୍ଡିଆରେ ମିଳିଲାନି ସୁଯୋଗ, ଧାଓ୍ବନ କହିଲେ…

ନୂଆଦିଲ୍ଲୀ, ୧୧। ୮: ବିସିସିଆଇ ପକ୍ଷରୁ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ଏସିଆନ୍ ଗେମ୍ସ ଲାଗି ଦଳ ଘୋଷଣା କରାଯାଇଛି। ଏଥିରେ ବରିଷ୍ଠ ଖେଳାଳି ଶିଖର ଧାଓ୍ବନ ଙ୍କୁ ନେତୃତ୍ବ ମିଳିବା ନେଇ କଳ୍ପନା ଜଳ୍ପନା କରାଯାଉଥିଲେ ହେଁ ତାଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଋତୁରାଜ ଗାଏକୱାଡଙ୍କୁ ଅଧିନାୟକ କରାଯାଇଛି। ଏନେଇ ପଚରାଯିବାରେ ଧାଓ୍ବନ କହିଛନ୍ତି, ଏସିଆନ୍ ଗେମ୍ସ ଲାଗି ଦଳରେ ମୋ ନାମ ନଥିବା ଦେଖି ଚକିତ ହୋଇଥିଲି। ହେଲେ ବୋର୍ଡ ର ଚିନ୍ତା କରିବା ପ୍ରକ୍ରିୟା ଭିନ୍ନ ଥାଇପାରେ ବୋଲି ଭାବିଥିଲି। ଏଣୁ ତାକୁ ସ୍ବୀକାର କରିବାକୁ ହେବ। ଋତୁରାଜ ଙ୍କୁ ଦାୟିତ୍ୱ ମିଳିଥିବା ଜାଣି ଖୁସି ହେଲି। ଉକ୍ତ ଟିମରେ ଯୁବ ଖେଳାଳି ଅଛନ୍ତି। ସେମାନେ ଭଲ କରିବେ ବୋଲି ଆଶା। ସେହିଭଳି ପୁଣି ଥରେ ଯେଉଁ ସୁଯୋଗ ମିଳିବ, ସେଥିଲାଗି ପ୍ରସ୍ତୁତ ରହିବେ ବୋଲି କହିଛନ୍ତି ଧାଓ୍ବନ। ଏଥିଲାଗି ସେ ନିଜକୁ ଫିଟ୍ ରଖୁଛନ୍ତି।

Share