Categories: ଖେଳ

ପୁଅଙ୍କୁ ଭେଟି ଭାବବିହ୍ବଳ ହେଲେ ଧାଓ୍ବନ

ନୂଆଦିଲ୍ଲୀ,୧୯।୧୧: ଟିମ୍‌ ଇଣ୍ଡିଆ ଓପନର୍‌ ଶିଖର ଧାଓ୍ବନ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଟିମ୍‌ରେ ନେତୃତ୍ୱ ନେବେ। ନଭେମ୍ବର ୨୫ରୁ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଧାଓ୍ବନ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ସେଠାରେ ସେ ପୁଅ ଜୋରାଓ୍ବରଙ୍କୁ ଭେଟି ଭାବବିହ୍ବଳ ହୋଇଛନ୍ତି। ଏବେ ବାପ-ପୁଅଙ୍କ ଏହି ଭେଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଧାଓ୍ବନ ନିଜର ଇନଷ୍ଟାଗ୍ରାମରେ ଭିଡିଓଟିକୁ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ‘ତୁ ଯୋ ମିଲା’ ଗୀତ ଲଗାଇଛନ୍ତି।

କହିରଖୁଛୁ ଯେ, ଧାଓ୍ବନଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହୋଇଛନ୍ତି। ଏବେ ତାଙ୍କ ପୁଅ ଜୋରାଓ୍ବର ମା’ ଆୟେଶାଙ୍କ ସହ ଅଷ୍ଟ୍ରେଲିଆରେ ରହୁଛନ୍ତି।

Share