ଜଣେ ଝିଅ ରିଜେକ୍ଟ କରିବା ପରେ ଶିଖର ଧାଓ୍ବନ କହିଥିଲେ ଏମିତି କଥା

ମୁମ୍ବାଇ,୬।୪:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଶିଖର ଧାୱନ ଜଣେ ଅତି ଶାନ୍ତ ସ୍ବଭାବର ବ୍ୟକ୍ତି ଭାବେ ଜଣାଶୁଣା। ଧାୱନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରଶଂସକଙ୍କ ସହ ଅନେକ ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ଟିମ ଇଣ୍ଡିଆର ଓପନର୍‌ ତଥା ଗବର ନାମରେ ଜଣାଶୁଣା ଧାୱନ ପଞ୍ଜାବ କିଙ୍ଗ୍ସର ୟୁଟ୍ୟୁବ ଚ୍ୟାନେଲରେ ଏକ ମଜାଦାର କଥା କହିଛନ୍ତି। ଶଶି ଧିମାନଙ୍କ ସହ ବାର୍ତ୍ତାଳାପର ଭିଡିଓ ପଞ୍ଜାବ କିଙ୍ଗସ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରାଯାଇଛି।
ଧାୱନ କହିଛନ୍ତି, ତାଙ୍କ କ୍ୟାରିୟର ଆରମ୍ଭରେ ସେ ଏକ ଝିଅକୁ ପ୍ରପୋଜ କରିଥିଲେ। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେତେବେଳେ ମୋର ରଙ୍ଗ ଟିକେ କଳା ଥିଲା। କିନ୍ତୁ ଦେ ମୋତେ ପ୍ରତ୍ୟାଖ୍ୟାନ କରିବା ପରେ ମୁଁ ତାଙ୍କୁ କହିଥିଲି ଯେ, ତୁମେ କୋହିନୁର ହୀରା ଛାଡି ଦେଲ।
ଚଳିତ ଆଇପିଏଲ୍‌ରେ ଧାଓ୍ବନ ମାତ୍ର ୩ଟି ମ୍ୟାଚ୍‌ରେ ୯୨ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୪୩ ରହିଛି।

Share