ନୂଆଦିଲ୍ଲୀ,୩।୪: ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧାଓ୍ବନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କଥିତ ପ୍ରେମିକାଙ୍କ ସହ ସମ୍ପର୍କରେ ଥିବା ନେଇ ମୋହର ମାରିଥିବାରୁ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି।
ତେବେ କୁହାଯାଉଛି ଯେ ଧାଓ୍ବନଙ୍କ ପ୍ରେମିକାଙ୍କ ନାମ ସୋଫି ସାଇନ। ଚାମ୍ପିଅନ୍ସ ଟ୍ରଫି ସମୟରେ ତାଙ୍କ ସହ ସେ ନଜର ଆସିଥିଲେ।
ରିପୋର୍ଟ ମୁତାବକ, ସୋଫି ରୁଷିଆର ନୁହେଁ ବରଂ ଆୟରର୍ଲାଣ୍ଡର ବାସିନ୍ଦା। ନିଜର ଇନଷ୍ଟାଗ୍ରାମରେ ନିଜକୁ ଆୟରିଶ ବୋଲି କହିଛନ୍ତି।
ସୋଫିଙ୍କ ପଢ଼ା ବିଷୟରେ କହିଲେ ସେ limerick institute of technologyରୁ ନିଜର ପାଠପଢ଼ା ଶେଷ କରିଛନ୍ତି। ସୋଫିଙ୍କ ନିକଟରେ ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟରେ ଡିପ୍ଲୋମା ଏବଂ ଡିଗ୍ରୀ ଉଭୟ ରହିଛି। ସେ ପେସାରେ ଜଣେ ପ୍ରଡକ୍ଟ କନ୍ସଲ୍ଟଟାଣ୍ଟ ଅଟନ୍ତି।
