Categories: ଖେଳ

ଦାଦାଙ୍କ ରେକର୍ଡ ଭାଙ୍ଗିଲେ ଗବର

କଲମ୍ବୋ,୧୮।୭: ଭାରତୀୟ କ୍ରିକେଟରେ ଦାଦା ଭାବେ ପରିଚିତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ଶିଖର ଧାଓ୍ବନ (ଗବର)। ଏଠାରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଗବର ୮୬* ରନ୍‌ର ଦର୍ଶନୀୟ ଇନିଂସ ଖେଳିବା ସହ ଦିନିକିଆ କ୍ୟାରିୟରରେ ୬ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ କୋହଲିଙ୍କ ପରେ ଧାଓ୍ବନ ସବୁଠୁ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ।

ଦିନିକିଆ କ୍ୟାରିୟରର ୧୪୭ତମ ଇନିଂସରେ ୬ ହଜାର ପୂରଣ କରିଥିଲେ ଗାଙ୍ଗୁଲି। ତେବେ ଧାଓ୍ବନ କ୍ୟାରିୟରର ୧୪୦ତମ ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଖୁବ କମ୍‌ ଇନିଂସରେ ୬ ହଜାର ରନ୍‌ ପୂରଣ କରିବାର ରେକର୍ଡ କୋହଲି (୧୩୬ତମ ଇନିଂସ)ଙ୍କ ନାମରେ ରହିଛି। ଉଲ୍ଲେଖଯୋଗ୍ୟ, ଧାଓ୍ବନ ଭାରତର ୧୦ମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ୬ ହଜାର ରନ୍‌ ପୂରଣ କରିଛନ୍ତି।

Share