Categories: ଖେଳ

ମାତ୍ର ୧୫ ବର୍ଷ ବୟସରେ ଏଚ୍‌ଆଇଭି ଟେଷ୍ଟ କରାଇଥିଲେ ଶିଖର ଧାଓ୍ବନ, କାରଣ ଜାଣିଲେ…

ଭେଟେରାନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ଖୁବ୍‌ କମ୍‌ ବୟସରେ ତାଙ୍କର ଏଚ୍‌.ଆଇ.ଭି ପରୀକ୍ଷା କରିଥିବା ବିଷୟରେ ଏକ ନିଚ୍ଛକ ସତ ପ୍ରକାଶ କରିଛନ୍ତି। ଧାଓ୍ବନ ସବୁବେଳେ ପାଇଁ କିଛି ନା କିଛି ଷ୍ଟାଇଲ୍‌ କରି ଚର୍ଚ୍ଚାରେ ରହିଥାନ୍ତି। ସେ ଶରୀରରେ ଟାଟୁ ଆଙ୍କି ବି ଚର୍ଚ୍ଚାକୁ ଆସିଛନ୍ତି।

ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ଯେତେବେଳେ ମୋର ବୟସ ୧୫ ବର୍ଷ ହୋଇଥିଲା, ମୁଁ ମନାଲି ଯାଇଥିଲି ଏବଂ ମୋ ପରିବାର ସଦସ୍ୟଙ୍କୁ ନ ଜଣାଇ ମୋ ପିଠିରେ ଏକ ଟାଟୁ କରିଥିଲି। ମୋତେ ଏହାକୁ ୩-୪ ମାସ ଲୁଚାଇବାକୁ ପଡ଼ିଥିଲା। ତା’ପରେ ଯେତେବେଳେ ମୋ’ ବାପା ଜାଣିବାକୁ ପାଇଲେ, ସେ ମୋତେ ପିଟିଲେ। ଟାଟୁ କରିବା ପରେ ମୁଁ ଟିକେ ଡରିଗଲି କାରଣ ଶରୀରରେ ଛୁଞ୍ଚି ଫୁଟାଯାଇଥିବା ବିଷୟରେ ମୋର କୌଣସି ଧାରଣା ନ ଥିଲା। ତେଣୁ ମୁଁ ଯାଇ ଏଚ୍‌ଆଇଭି ଟେଷ୍ଟ କରାଇଥିଲି। ହସି କି କହିଛନ୍ତି ପରୀକ୍ଷାଠାରୁ ଆଜି ପର୍ଯ୍ୟନ୍ତ ଏହା ନକାରାତ୍ମକ ରହିଛି।

Share