Categories: ଖେଳ

ସନ୍ୟାସ ନେବା ପରେ ବଡ଼ ନିଷ୍ପତ୍ତି ନେଲେ ଶିଖର ଧାୱନ, ଏହି ଲିଗ୍‌ରେ…

ନୂଆଦିଲ୍ଲୀ,୨୬।୮: ପ୍ରାୟ ଦେଢ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିବା ପରେ ଟିମ ଇଣ୍ଡିଆର ଗବର ତଥା ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବତନ ଭାରତୀୟ ଓପନର୍‌ ଅବସର ନେବା ପରେ ସୋମବାର ଲିଜେଣ୍ଡସ୍‌ ଲିଗ କ୍ରିକେଟ (ଏଲଏଲସି)ରେ ଯୋଗ ଦେଇଥିଲେ। ଏହି ୩୮ ବର୍ଷୀୟ ଖେଳାଳି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ବ୍ୟତୀତ ଟି -୨୦ଲିଗରେ ଖେଳିପାରନ୍ତି।

ଧାୱନ ଜାରି ହୋଇଥିବା ବିବୃତ୍ତିରେ କହିଛନ୍ତି, ମୁଁ ଏବେ ବି ଖେଳିବାକୁ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଅଛି। ଯଦିଓ ମୁଁ ମୋର ନିଷ୍ପତ୍ତିରେ ସନ୍ତୁଷ୍ଟ, କ୍ରିକେଟ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ଏବଂ ରହିବ। ମୁଁ ମୋର କ୍ରିକେଟ ସାଙ୍ଗମାନଙ୍କ ସହିତ ଯୋଡି ହେବା ଏବଂ ଆମର ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିବା ପାଇଁ ଅପେକ୍ଷା କରିଛି, କାରଣ ଆମେ ସବୁ ମିଶିକି ନୂଆ ସ୍ମୃତି ସୃଷ୍ଟି କରିବୁ।

୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ଏହି ମହାନ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ୨୦୧୩ରେ ଟେଷ୍ଟ ଡେବ୍ୟୁ କରିବାବେଳେ ସେ ମୋହଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୭ ରନ୍‌ ଇନିଂସ ଖେଳି ଏକ ରେକର୍ଡ ସୃଷ୍ଟି କରିଥିଲେ। ଧାୱନ ୩୪ ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ଟି -୨୦ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୨,୨୮୬ ରନ ସଂଗ୍ରହ କରିଥିଲେ। ସେପ୍ଟେମ୍ବରରେ ଲିଜେଣ୍ଡସ୍‌ ଲିଗ କ୍ରିକେଟ ପ୍ରତିଯୋଗିତା ଖେଳାଯିବ। ୨୦୨୨ରେ ଶିଖର ଧାୱନ ଭାରତ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।

Share