ପୁଅ ଖୁସି ପାଇଁ ଏମିତି କଲେ ଶିଳ୍ପା

ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେବା ପରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଓଟିଟିରେ ଧମାଲ କରିବାକୁ ଯାଉଛନ୍ତି। ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ ସେ ତାଙ୍କର ଡିଜିଟାଲ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।
ଏକ ସାକ୍ଷାତକାରରେ ଶିଳ୍ପା କହିଛନ୍ତି, ତାଙ୍କ ପୁଅ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଜଣେ ବଡ଼ ପ୍ରଶଂସକ। ତେଣୁ ଯେତେବେଳେ ତାଙ୍କ ପୁଅ ଜାଣିବାକୁ ପାଇଲେ ଯେ ତାଙ୍କ ମା’ ରୋହିତଙ୍କ ଫିଲ୍ମରେ ଅଭିନୟ କରିବାର ଅଫର ପାଇଛନ୍ତି, ସେତେବେଳେ ସେ ବହୁତ ଖୁସି ହୋଇ ଯାଇଥିଲେ। ପରେ ତାଙ୍କ ପୁଅ ତାଙ୍କୁ ଏହି ଫିଲ୍ମ କରିବାକୁ କହିଥିଲେ। ଶେଷରେ ସେ ଏହି ପ୍ରୋଜେକ୍ଟ ପାଇଁ ରାଜି ହୋଇଥିଲେ।

Share