ଏହି ଫିଲ୍ମରୁ ଶୁଟିଂ ସମୟରେ ରାଜ୍‌ କୁନ୍ଦ୍ରାଙ୍କ ପ୍ରେମରେ ପଡ଼ିଥିଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଶିଳ୍ପା ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ରୋମାଣ୍ଟିକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଶିଳ୍ପା ରାଜ କୁନ୍ଦ୍ରାଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ବର୍ତ୍ତମାନ ସେ କହିଛନ୍ତି, ରାଜ କୁନ୍ଦ୍ରାଙ୍କ ଡେଟ କରିବା ସମୟର କିଛି କାହାଣୀ କହିଛନ୍ତି।

ନିକଟରେ ଏକ ସଙ୍ଗୀତ ରିଆଲିଟି ଶୋ ସମୟରେ ଜଣେ ପ୍ରତିଯୋଗୀ ଲାଇଫ୍‌ ଇନ୍‌ ଏ ମେଟ୍ରୋ ଫିଲ୍ମର‘ଇନ୍‌ ଦିନୋ ଦିଲ ମେରା’ ଗୀତ ଗାଇଥିଲେ। ଏହି ଗୀତ ଶୁଣିବା ପରେ ଶିଳ୍ପା କହିଥିଲେ ଯ, ଏହି ଗୀତ ତାଙ୍କ ପ୍ରେମ ଜୀବନ ସହିତ ଜଡିତ। ଶିଳ୍ପା କହିଛନ୍ତି, ଲାଇଫ୍‌ ଇନ୍‌ ଏ ମେଟ୍ରୋ ଫିଲ୍ମର ଶୁଟିଂ କରୁଥିଲି ଏବଂ ଲଣ୍ଡନ ମଧ୍ୟ ଯାଇଥିଲି। ମୁଁ ସେହି ସମୟରେ ରାଜଙ୍କୁ ଭେଟିଥିଲି। ସେ ଏହି ଗୀତକୁ ଭଲ ପାଉଥିଲେ। ମୁଁ ମଧ୍ୟ ଏହି ଗୀତକୁ ମୋର କଲରଟ୍ୟୁନ ରଖିଥିଲି। ଯେତେବେଳେ ଏହି ଗୀତଟି ବାଜୁଥିଲା, ମୋ ମୁହଁରେ ହସ ଫୁଟିଯାଉଥିଲା।ରାଜ ଏବଂ ଶିଳ୍ପା ପ୍ରଥମ ଥର ପାଇଁ ଦୁହେଁ ଦୁହିଁକୁ ଲଣ୍ଡନରେ ଭେଟିଥିଲେ।

ଏହା ପରେ ଶିଳ୍ପା ରାଜଙ୍କୁ ଡେଟ କରିବା ଆରମ୍ଭ କରିଥିଲେ, କିନ୍ତୁ ସେ ସେମାନଙ୍କ ଡେଟିଂ ଖବର ବାହାରକୁ ଆସିବାକୁ ଦେଇ ନ ଥିଲେ। ଶିଳ୍ପା ଏବଂ ରାଜ ୨୨ ନଭେମ୍ବର ୨୦୦୯ ରେ ବିବାହ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

Share