Advertisement

ସ୍ବାମୀଙ୍କ ଗିରଫ ପରେ ପ୍ରଥମଥର ‘ସୁପର ଡ୍ୟାନ୍ସର’ ଶେଟ୍‌ରେ ନଜର ଆସିଲେ ଶିଳ୍ପା

ମୁମ୍ବାଇ: ସୋସିଆଲ ମିଡିଆରେ ବର୍ତ୍ତମାନ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଶିଳ୍ପା ଗାଡ଼ିରୁ ଓହ୍ଲାଇ ଚୁପ୍‌ଚାପ ଶେଟ୍‌କୁ ଚାଲିଯାଉଛନ୍ତି। ଯିବା ସମୟରେ ନଜର ଆସିଥିବା ଫଟୋଗ୍ରାଫରଙ୍କୁ ହାଏ ବି କରିଛନ୍ତି। ଶିଳ୍ପା ଏକ ହାଲୁକା ନୀଳ ରଙ୍ଗର ଫୁଲ ଥିବା ଶାଢ଼ିରେ ନଜର ଆସିଛନ୍ତି।

ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଗିରଫ ହେବା ପରଠାରୁ ଶିଳ୍ପାଙ୍କୁ ମୁମ୍ବାଇରେ ପ୍ରଥମଥର ଦେଖିବାକୁ ମିଳିଛି। ଶିଳ୍ପା ରିୟାଲିଟି ଶୋ’ ‘ସୁପର ଡ୍ୟାନ୍ସର ଚାପ୍ଟର-୪’ ଶେଟ୍‌କୁ ଯାଉଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଶିଳ୍ପାଙ୍କ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶିଳ୍ପାଙ୍କୁ ପ୍ରଥମଥର ଦେଖି ଶେଟ୍‌ରେ କ୍ରୁ ବି ଭାବବିହ୍ବଳ ହୋଇଗଲେ। ଶିଳ୍ପା କେବଳ ପରିବାର ଏବଂ ପିଲାଙ୍କ ପାଇଁ ନୁହଁ, ନିଜ ପାଇଁ ଶେଟ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ସୁପର ଡ୍ୟାନ୍ସର ପୂରା ଟିମ୍‌ ମଧ୍ୟ ଶିଳ୍ପାଙ୍କୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି।

ଶୋ’ର ଜଜ୍‌ ଅନୁରାଗ ବସୁ ଶିଳ୍ପାଙ୍କୁ କହିଛନ୍ତି, ଆମେ ସମସ୍ତେ ତୁମକୁ ବହୁତ ମିସ୍‌ କରୁଥିଲୁ। ଆମ ସମସ୍ତଙ୍କ ଭିତରେ ଏକ ଭଲ ସମ୍ପର୍କ ରହିଛି। କୋରିଓଗ୍ରାଫର ହୁଅନ୍ତୁ କି ସିନ୍‌ ପଛରେ ଥିବା ଲୋକ ହୁଅନ୍ତୁ ସମସ୍ତେ ତୁମକୁ ମିସ୍‌ କରୁଥିଲେ। ଆମେ ସମସ୍ତେ ଗୋଟିଏ ଛୋଟ ପରିବାରର ସଦସ୍ୟ। ଶିଳ୍ପା ସମସ୍ତଙ୍କର ପ୍ରିୟ ଥିଲେ ଆଉ ରହିବେ ମଧ୍ୟ ବୋଲି ଅନୁରାଗ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share