ନୂଆ ଲୁକ୍‌ରେ ଶିଳ୍ପା

ବଲିଉଡ୍‌ର ଗ୍ଲାମରସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କର ନୂଆ ଲୁକ୍‌ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ସେ ସୋସିଆଲ ମିଡିଆକୁ ବାଏ କହିଥିଲେ। ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ‘ନିକମା’ର ଏକ ଭିଡିଓ ଶେୟାର କରିଛନ୍ତି । ଶିଳ୍ପାଙ୍କର ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା। ତେବେ ଫିଲ୍ମକୁ ନେଇ ସୋସିଆଲ ମିଡ଼ିଆରେ ଶେୟାର କରି କହିଛନ୍ତି ଯେ, ଫିଲ୍ମର ଟ୍ରେଲର ମେ’୧୭ ଅର୍ଥାତ୍‌ ମଙ୍ଗଳବାର ରିଲିଜ୍‌ ହେବ। ଶିଳ୍ପା ଶେୟାର କରିଥିବା ଭିଡିଓରେ ସୁପରମ୍ୟାନ ଲୁକ୍‌ରେ ନଜର ଆସିଛନ୍ତି। ଶିଳ୍ପା ନୀଳ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ହାତରେ ଏକ ଖଣ୍ଡା ଧରିଥିବାର ନଜର ଆସିଛନ୍ତି।

Share