ସ୍ବାମୀଙ୍କୁ କ୍ଷମା କରିଦେଲେଣି ଶିଳ୍ପା ! ଭାଇରାଲ ହେଉଛି…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇ ଜେଲରେ ପାଖାପାଖି ଦୁଇ ମାସ ରହିବା ପରେ ସେପ୍ଟେମ୍ବରରେ ତାଙ୍କୁ ଜାମିନ ମିଳିଥିଲା । ଜେଲରୁ ବାହାରିବା ପରେ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ ରାଜ । ହେଲେ ଶିଳ୍ପା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। କର୍‌ଓ୍ବାଚୌଥ ଏବଂ ଦୀପାବଳି ଅବସରରେ ସେ ସ୍ବାମୀଙ୍କ ସହ ନିଜର ଫଟୋ ଶେୟାର କରିବେ ବୋଲି ଆଶା କରାଯାଇଥିଲା। ହେଲେ ସେଭଳି ହୋଇ ନ ଥିଲା। ଏବେ କିନ୍ତୁ ଶିଳ୍ପା ସ୍ବାମୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ ଅଛନ୍ତି।
ନିଜ ପରିବାର ସହିତ ହିମାଚଳ ପ୍ରଦେଶରେ ଛୁଟି କଟାଉଛନ୍ତି ଶିଳ୍ପା। ସୋସିଆଲ ମିଡିଆରେ ସେ ଏହି ସମୟର ଫଟୋ-ଭିଡିଓ ଶେୟାର କରିଛନ୍ତି । ଏଥିରେ ଶିଳ୍ପା ରାଜ୍‌ଙ୍କ ସହ ମନ୍ଦିର ଦର୍ଶନ କରୁଥିବା ନଜର ଆସୁଛନ୍ତି। ଏହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 

Share