ଟ୍ରୋଲର୍ସଙ୍କୁ ଜବାବ ଦେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସମସ୍ତେ ବେଶ୍‌ ପସନ୍ଦ କରିଥାନ୍ତି। ଉଭୟଙ୍କ ବିବାହକୁ ପ୍ରାୟ ୧୫ ବର୍ଷ ବିତିସାରିଥିବା ବେଳେ ଏବେ ଏହି ଦମ୍ପତିଙ୍କର ଭିବାନ୍‌ ଏବଂ ସାମିଶା ନାମରେ ୨ ସନ୍ତାନ ମଧ୍ୟ ଅଛନ୍ତି। ଅଭିନୟକୁ ଛାଡ଼ି ଶିଳ୍ପା ନିଜ ଫିଟନେସ୍‌ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି କିଛି ଲୋକ ସବୁବେଳେ ଶିଳ୍ପାଙ୍କୁ ତାଙ୍କ ବିବାହକୁ ନେଇ ଟ୍ରୋଲ କରି ଆସୁଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହାର ଜବାବ ରଖିଛନ୍ତି। ଏହି ସାକ୍ଷାତ୍‌କାରରେ ଅଭିନେତ୍ରୀ ଶିଳ୍ପା ତାଙ୍କ ବିରୋଧରେ ହେଉଥିବା ଟ୍ରୋଲକୁ ନିନ୍ଦା କରିଛନ୍ତି। ସ୍ବାମୀ ରାଜ ଜଣେ ଧନୀ ବ୍ୟବସାୟୀ ହୋଇଥିବାରୁ ସେ ତାଙ୍କୁ ବିବାହ କରିଥିବା ନେଇ ହେଉଥିବା ଟ୍ରୋଲ୍‌କୁ ଶିଳ୍ପା ସିଧାସଳଖ ଖଣ୍ଡନ କରିଛନ୍ତି। ତାଙ୍କ ସ୍ବାମୀ ଧନୀ ହୋଇଥିଲେ ଏଥିରେ ଭୁଲ କ’ଣ ରହିଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଯେଉଁମାନେ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି, ସେମାନେ ଭୁଲିବା ଉଚିତ ନୁହେଁ ଯେ ବିବାହ ସମୟରେ ସେ ମଧ୍ୟ ରାଜ୍‌ଙ୍କ ଭଳି ଖୁବ୍‌ ଧନୀ ଥିଲେ ଓ ଏବେ ମଧ୍ୟ ସେ ଖୁବ୍‌ ଧନୀ ରହିଛନ୍ତି ବୋଲି ଏହି ସାକ୍ଷାତ୍‌କାରରେ ଶିଳ୍ପା କହିଛନ୍ତି। ରାଜ୍‌ ଜଣେ ଭଲ ବ୍ୟକ୍ତି ହୋଇଥିବାରୁ ସେ ତାଙ୍କୁ ବିବାହ କରିଥିବା ଶିଳ୍ପା ସ୍ପଷ୍ଟ କରିଛନ୍ତି। ଯେତେ ଧନୀ ହେଲେ ମଧ୍ୟ ଯଦି ରାଜ୍‌ ଭଲ ବ୍ୟକ୍ତି ହୋଇ ନ ଥାନ୍ତେ, ତେବେ ସେ ତାଙ୍କୁ ବିବାହ କରି ନଥାନ୍ତେ ବୋଲି ଶିଳ୍ପା କହିଛନ୍ତି। ସେହିପରି ଏହି ସାକ୍ଷାତ୍‌କାରରେ ସ୍ବାମୀ ରାଜ୍‌ଙ୍କୁ ନିଜର ଜଣେ ଭଲ ବନ୍ଧୁ ଭାବେ ଶିଳ୍ପା ଦର୍ଶାଇଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଭାରତୀୟ ପୋଲିସ ଫୋର୍ସ’ ସିରିଜରେ ଶିଳ୍ପାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ ବିବେକ ଓବରୋଇ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ରୋହିତ ଶେଟ୍ଟୀ ଏହି ସିରିଜର ନିର୍ଦ୍ଦେଶନା ଦେଇ ଓଟିଟି ପ୍ଲାଟଫର୍ମରେ ନିଜର ଡେବ୍ୟୁ କରିଥିଲେ।

Share