‘ଅକ୍ଷୟ ମୋତେ ବ୍ୟବହାର କରି…’ ବ୍ରେକ୍‌ଅପ୍‌ ପରେ ଶିଳ୍ପା…

ବମ୍ବେ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ନିଜର କର୍ମ ଜୀବନ ସହ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ବୟ ରଖିଥାନ୍ତି। ହେଲେ ବିଗତ ଦିନ ଦେଖିଲେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଛି। ସେଥିରେ ରବିନା ଟଣ୍ଡନ, ପୂଜା ବତ୍ରା ଏବଂ ଶିଳ୍ପା ସେଟ୍ଟୀଙ୍କ ନାମ ସାମିଲ ରହିଛି।

ଅକ୍ଷୟ-ଶିଳ୍ପାଙ୍କ ବିଷୟରେ କଥା ହେଲେ ୯୦ ଦଶକରେ ଫିଲ୍ମ ‘ମୈ ଖିଲାଡ଼ି ତୁ ଅନାଡ଼ି’ରେ ଏକାଠି କାମ କରିଥିଲେ। ଏହାପରେ ୧୯୯୭ରେ ଫିଲ୍ମ ‘ଇନ୍‌ସାଫ’ ସମୟରେ ଉଭୟଙ୍କ ଲଭ୍‌ଷ୍ଟୋରୀ ଆରମ୍ଭ ହୋଇଥିଲା। ହେଲେ ୨୦୦୦ରେ ସେମାନଙ୍କ ସମ୍ପର୍କ ଶେଷ ହୋଇଯାଇଥିଲା। ଅକ୍ଷୟ ଧୋକା ଦେଇଥିବା ନେଇ ଶିଳ୍ପା ଅଭିଯୋଗ କରିଥିଲେ। ଯେତେବେଳେ ଟ୍ବୁଙ୍କିଲଙ୍କ ବିଷୟରେ ସେ ଜାଣିଲେ ଭାଙ୍ଗି ପଡ଼ିଥିଲେ ବୋଲି ଶିଳ୍ପା କହିଥିଲେ। ଅକ୍ଷୟଙ୍କ ପ୍ରତାରଣା ଯୋଗୁ ତାଙ୍କ ସହ କେବେ ବି ଫିଲ୍ମ ନ କରିବାକୁ ନିଶ୍ଚୟ କରିଥିଲେ ଶିଳ୍ପା।

ଏବେ ଅକ୍ଷୟ ଏବଂ ଶିଳ୍ପା ଉଭୟ ବିବାହ କରିସାରିଛନ୍ତି। ୨୦୦୧ ଜାନୁୟାରୀ ୧୭ରେ ଟ୍ବିଙ୍କିଲଙ୍କୁ ଅକ୍ଷୟ ବିବାହ କରିଥିଲେ। ଏବେ ଉଭୟଙ୍କ ଦୁଇ ସନ୍ତାନ ରହିଛି। ସେହିଭଳି ଶିଳ୍ପା ୨୦୦୯ ଫେବୃୟାରୀରେ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ମଧ୍ୟ ଦୁଇ ସନ୍ତାନ ରହିଛି।

Share