ରାଗରେ ରୋହିତଙ୍କ ଉପରେ ବୋତଲ ଭାଙ୍ଗିଲେ ଶିଳ୍ପା

ବମ୍ବେ: ରାଗିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ହାତରେ କାଚ ବୋତଲ ଭାଙ୍ଗିଦେଲେ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ଶିଳ୍ପା ମଧ୍ୟ ରୋହିତଙ୍କୁ କାମ ମାଗୁଥିବା ଦେଖାଯାଉଛି।

‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶୋ’ରେ ନଜର ଆସିବେ ରୋହିତ ସେଟ୍ଟୀ। ଏହାର ଶୁଟିଂ ସମୟର କିଛି ମୂହୁର୍ତ୍ତ ଶିଳ୍ପା ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ଶିଳ୍ପା, ରୋହିତଙ୍କ ସହ ବାଦ୍‌ଶାହ ବି ଅଛନ୍ତି।

ରୋହିତ ବାଦ୍‌ଶାହାଙ୍କ ସହ କଥା ହେବା ବେଳେ ଶିଳ୍ପା ତାଙ୍କୁ ଡାକୁଛନ୍ତି। ହେଲେ ଶୁଣୁ ନାହାନ୍ତି ରୋହିତ। ଶେଷରେ ‘ଆତା ମାଝି ସଟ୍‌କଲି’ କହି ରୋହିତଙ୍କ ହାତରେ ବୋତଲ ଭାଙ୍ଗି ଦେଉଛନ୍ତି ଶିଳ୍ପା। ଏହା ରୋହିତଙ୍କୁ ଚକିତ କରୁଛି। ସେ ଶିଳ୍ପାଙ୍କୁ ‘ପାଗଳ ନା କ’ଣ ’ କହୁଥିବା ଦେଖାଯାଇଛି। ଅଭିନେତ୍ରୀ ଭିଡିଓଟିକୁ ଶେୟାର କରିବା ପରଠାରୁ ୬୨ ହଜାର ଲୋକ ଏହାକୁ ଦେଖିସାରିଲେଣି। ଏଥିରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି।

Share