ପାର୍ଟି ପସନ୍ଦ କରନ୍ତି ନାହିଁ ଶିଳ୍ପା

ମୁମ୍ବାଇ: ଭର୍ସାଟାଇଲ ଆକ୍ଟ୍ରେସ ଶିଳ୍ପା ଶେଟ୍ଟି ତାଙ୍କ ଜନ୍ମଦିନ ପାଳନ କରିବାକୁ ଏବେ ଲଣ୍ଡନରେ ଅଛନ୍ତି। ଦୀର୍ଘ ସମୟ ପରେ ଅଭିନେତ୍ରୀ ସ୍ବାମୀ ରାଜ କୁନ୍ଦ୍ରା ଏବଂ ପିଲା ଭିଆନ ଏବଂ ସମିଶାଙ୍କ ସହ ସମୟ ବିତାଉଛନ୍ତି । ଏହି ସମୟରେ ଅଭିନେତ୍ରୀ ତାଙ୍କ ଜନ୍ମଦିନ ପାର୍ଟି ଯୋଜନା ସମ୍ପର୍କରେ କିଛି କଥା ସେୟାର କରିଛନ୍ତି। ସେ କହିଛନ୍ତି ଯେ ସେ ପାର୍ଟି ଏବଂ ପାର୍ଟିକୁ ଯିବାକୁ ସେ ପସନ୍ଦ କରନ୍ତି ନାହିଁ। ଆହୁରି ମଧ୍ୟ, ଶିଳ୍ପା ପରିବାରକୁ ସମୟ ଦେବାକୁ ଅଧିକ ପସନ୍ଦ କରନ୍ତି ବୋଲି କହିଛନ୍ତି।
ଳଚିତ ବର୍ଷ ଶିଳ୍ପା ଶେଟ୍ଟି ଖୁବ ପରିଶ୍ରମକରିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଅଭିନେତ୍ରୀ କହିଛନ୍ତି, ‘ମୁଁ ଗତ ବର୍ଷ ରୋହିତ ଶେଟ୍ଟିଙ୍କ ସିରିଜ ସହିତ ବହୁତ ପରିଶ୍ରମ କରିଛି । ମୋର ଏକ ବିରତି ଦରକାର ଥିଲା। ବ୍ରାଣ୍ଡ ସୁଟ ସହିତ ମୁଁ ମୋର ଫିଲ୍ମ କେଡି ମଧ୍ୟ ଫାଇଲ କରୁଛି । ମୁଁ ବାସ୍ତବରେ ବାହାରକୁ ଯିବାକୁ ଆବଶ୍ୟକ କରୁଥିଲି। ଲଣ୍ଡନ ମୋର ଦ୍ୱିତୀୟ ଘର, ପିଲାମାନଙ୍କ ସହିତ ବହୁତ କିଛି କରିବାର ଅଛି । ମୁଁ କେବଳ ଷ୍ଟ୍ରବେରୀ ଉଠାଇବା କିମ୍ବା ମୋ ପିଲାମାନଙ୍କ ସହିତ ଏକ ଥିମ ପାର୍କକୁ ଯିବା ଭଳି ସାଧାରଣ କାର୍ଯ୍ୟ କରିବାକୁ ଉତ୍ସାହିତ। ଯେତେବେଳେ ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରୁଛି, ମୁଁ ଲଣ୍ଡନରେ ମୋର ସ୍ବାମୀ ଏବଂ ପିଲାମାନଙ୍କର ଯତ୍ନ ନେଉଛି । ଏହି ସମୟ ମଧ୍ୟରେ ମୁଁ ବହୁତ ପରିବର୍ତ୍ତନ ଅନୁଭବ କରୁଛି । ମୁଁ ଏହାକୁ ବହୁତ ପସନ୍ଦ କରୁଛି।
ଶିଳ୍ପା କହିଛନ୍ତି, ଲୋକମାନେ ମୋତେ ଜାଣନ୍ତି। ମୁଁ ପାର୍ଟିକୁ ଯିବା ବନ୍ଦ କରିଦେଇଛି। କାରଣ ଇଣ୍ଡଷ୍ଟ୍ରିରେ ଥିବାରୁ ମୋର ବହୁତ ଫ୍ରେଣ୍ଡ ଅଛନ୍ତି, ତେଣୁ ମୋତେ ପାର୍ଟିରେ ମୁହଁ ଦେଖାଇବାକୁ ପଡିବ। ମୁଁ ପ୍ରକୃତରେ ମୋ ପିଲାମାନଙ୍କ ସହିତ ଆରାମ କରେ, ସେମାନଙ୍କୁ ଏକ କାହାଣୀ ପଢି ଶୁଣାଇଥାଏ। ମୁଁ ୭ଟା ସୁଦ୍ଧା ମୋର ରାତ୍ରୀ ଭୋଜନ କରିଦିଏ। ମୋ ପରିବାର ମୋ ଜନ୍ମଦିନ ପାଇଁ କିଛି ଯୋଜନା କରିପାରେ, ଆଉ କିଛି ନୁହେଁ । ଏହା ଏକ ସାଧାରଣ ପାର୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri